ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ବାଲିପାଟଣା ମା’ ଦକ୍ଷିଣେଶ୍ୱରିଙ୍କ ମନ୍ଦିର ପ୍ରାଙ୍ଗଣରେ ସମୟର ପ୍ରାଚୀଧାରା ସାହିତ୍ୟ ପରିବାର ତରଫରୁ ଜହ୍ନରାତି ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପକ୍ଷୀଘର ପ୍ରକାଶନୀ ଦ୍ୱାରା ଡ. ରଜନୀ ରଞ୍ଜନ ଦାଶଙ୍କ କବିତା ସଙ୍କଳନ ‘କେହି ଜଣେ ଫେରୁଛି ଯେମିତି’ ଉନ୍ମୋଚିତ ହୋଇଯାଇଛି ।
ଏଥିରେ କବି ଡ. ଫନୀ ମହାନ୍ତି, ଅଜୟ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାରଣା, ଶରତ କୁମାର ଦାଶ, ଡ. ଅବଦୁଲ ଓସିଦ୍ ଖାନ୍, ବିପିନ ମହାନ୍ତି, ଆଦିକନ୍ଦ ୍ସ୍ୱାଇଁ, ମନୋଜ ତ୍ରିପାଠୀ, ସର୍ବେଶ୍ୱର ଶତପଥୀ, ବୈଜୟନ୍ତୀ ସାହୁ, ହିରଣ୍ମୟୀ ମିଶ୍ର, ପ୍ରଦୀପ ବିଶ୍ୱାଳ, ଯଶୋଧାରା ଦାଶ, ଇଂ. ସରୋଜ ସାହୁ, ବାଲିପାଟଣା ପ୍ରେସ୍ କ୍ଲବ୍ ସଭାପତି ଦିଲ୍ଲୀପ ଓଝା, ଅଭିମନୁ୍ୟ ନାୟକ, ସମୟର ପ୍ରାଚୀଧାରା ସମ୍ପାଦକ ଭଗବାନ ସାହୁ, ସହ-ସମ୍ପାଦକ ଲକ୍ଷ୍ମୀଧର ଦାସ ପ୍ରମୁଖ ଯୋଗଦେଇଥିଲେ ।
ଲୋକାଲ ୱାୟାର
Leave a Reply