ଭୁବନେଶ୍ୱର, ଅଗଷ୍ଟ ୪(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ଲୋକାର୍ପିତ ହୋଇଥିଲା ।
ଲୋକାର୍ପଣ କାର୍ଯ୍ୟକ୍ରମରେ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍ ସୁଲେମାନ୍ ଅଲ୍ଲୀ ଉପସ୍ଥିତ ଥିଲେ ।
ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟ ସନ୍ନିବିଷ୍ଟ ଏହି ସଙ୍କଳନ ଛାତ୍ରଛାତ୍ରୀ, ବିଦ୍ୱାନ, ଗବେଷକ ଓ ସଚେତନ ସଂସ୍କୃତି ପ୍ରେମୀଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥିମାନେ ଆଶା ପ୍ରକଟ କରିଥିଲେ ।
ଲୋକାଲ ୱାୟାର
Leave a Reply