ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ପାନ୍ଥନିବାସ ଠାରେ ବସିଥିଲା ।
ଗତ ୪ତାରିଖରେ ଏକାଡେମୀ ସମ୍ବିଧାନ ଅନୁଯାୟୀ ୩ବର୍ଷ ଲାଗି ନୂଆ ପରିଷଦ ଗଠନ ହେବା ପରେ ଏହା ଥିଲା ପ୍ରଥମ ବୈଠକ ।
ଏଥିରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବିଶେଷ କରି ବକେୟା ପଡ଼ିଥିବା ୨୦୧୯-୨୦ ମସିହାର ଏକାଡେମୀ ପୁରସ୍କାର ମାର୍ଚ୍ଚ ମାସ ସୁଦ୍ଧା ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏଥିସହିତ ସରକାରୀ କ୍ୟାଲେଣ୍ଡର ଅନୁଯାୟୀ ଏକାଡେମୀର ବର୍ଷିକ କାର୍ଯ୍ୟକ୍ରମ ଗୋଟିଏ ପରେ ଗୋଟିଏ କରିବାକୁ ସ୍ଥିର ହୋଇଥିଲା ।
ଏହା ପରେ ପରେ ଏକାଡେମୀର ନୂଆ କାର୍ଯ୍ୟକାରୀ ପରିଷଦ କମିଟି ଓ ଅର୍ଥ କମିଟି ଗଢ଼ା ହୋଇଥିଲା ।
ସାଧାରଣ ପରିଷଦରୁ କାର୍ଯ୍ୟକାରୀ ପରିଷଦକୁ ୩ ଜଣ ଏବଂ ଅର୍ଥ କମିଟିକୁ ୨ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ ।
କାର୍ଯ୍ୟକାରୀ ପରିଷଦକୁ ରାଉରକେଲାର ନାଟ୍ୟକାର ଓ ନିଦେ୍ର୍ଦଶକ ପ୍ରଫେସର ଡ. ସମର ମୁଦାଲୀ, କଟକର ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ, ଭୁବନେଶ୍ୱରର ସଙ୍ଗୀତ ଶିଳ୍ପୀ ସଙ୍ଗୀତା ପଣ୍ଡା ନିର୍ବାଚିତ ହୋଇଛନ୍ତି ।
ଅର୍ଥ କମିଟିକୁ ବାଲେଶ୍ୱରର ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଓ ଭୁବନେଶ୍ୱରର ନାଟ୍ୟ ନିଦେ୍ର୍ଦଶକ, ଅଭିନେତା ଓ ବାଦ୍ୟକାର ପ୍ରସନ୍ନ ମିଶ୍ର ନିର୍ବାଚିତ ହୋଇଛନ୍ତି । ଏକାଡେମୀ ଦ୍ୱାରା ଆୟୋଜିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ଏକାଡେମୀ ସଭାପତି ଡ. ରାମକୃୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ ଏବଂ ସାଧାରଣ ପରିଷଦର ୩୨ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।
ଲୋକାଲ ୱାୟାର
Leave a Reply