ଭୁବନେଶ୍ୱର, ଏପ୍ରିଲ ୧୦(ଲୋକାଲ ୱାୟାର): ଓଡ଼ିଶାରେ କାରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଯାଇଥିଲା ବେଳେ ଏଥିରୁ ବର୍ତ୍ତିବା ଲାଗି ପ୍ରମୁଖ ଅସ୍ତ୍ର ହେଉଛି ମାସ୍କ ।

ଏହି ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସେ ନିଜ ସୋସିଆଲ୍ ମିଡିଆ ସାଇଡର ବିଭିନ୍ନ ଆକାଉଣ୍ଟର ମୁଖ୍ୟ ଫଟୋକୁ ବଦଳାଇଛନ୍ତି ।

ଟ୍ୱିଟର୍ ଏବଂ ଫେସବୁକରେ ସେ ନିଜ ମାସ୍କ ପିନ୍ଧା ଫଟୋ ଦେଇ ସଚେତନତା ବାଣ୍ଟିଛନ୍ତି । ସମ୍ବୋଧନ କରିବା ପରେ ସେ ଏହି ଫଟୋ ବଦଳାଇଛନ୍ତି ।

ତାଙ୍କର କହିବା କଥା, ମାସ୍କ ବ୍ୟବହାର କରନ୍ତୁ, ଲକଡାଉନକୁ ଏଡ଼ାନ୍ତୁ । ଶତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚୟ କମିବ କରୋନା ହାର । ସମସ୍ତେ ସର୍ବଦା ଠିକ୍ ଭାବରେ ମାସ୍କ ପିନ୍ଧିବା ।

ବାରମ୍ବାର ସାବୁନରେ ହାତ ଧୋଇବା । ଟିକା ନେବା ପରେ ମଧ୍ୟ ଶାରୀରିକ ଦୂରତା ରଖିବା । ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରହିବା ।

ଏଥିସହିତ ଯୋଗ୍ୟ ବ୍ୟକ୍ତି କରୋନା ଟିକା ନିଶ୍ଚୟ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ଏସବୁ ବାଦ୍ ଅଧିକ ବିବରଣୀ ପାଇଁ ସ୍ୱାସ୍ଥ୍ୟ ସହାୟତା ନଂ-୧୦୪ରେ ଯୋଗାଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକାଲ ୱାୟାର