କେନ୍ଦ୍ରାପଡ଼ା, ଡିସେମ୍ବର ୨୯ (ଲୋକାଲ ୱାୟାର): ରାଜ୍ୟ ତଥା ରାଜ୍ୟ ବାହାରର ଅନାବାଦୀ, ସରକାରୀ ଓ ବେସରକାରୀ ଜମିରେ ଗଛ ଲଗାଇବାକୁ ନିଜର ମିଶନ କରିଛନ୍ତି ପୁରୀ ବାସିନ୍ଦା ସତ୍ୟ ନାରାୟଣ ଦାଶ ।
ନିକଟରେ ସେ କେନ୍ଦ୍ରାପଡ଼ା ସହରରେ ଚାରାରୋପଣ କରିଥିବା ସତ୍ୟନାରାୟଣ ୨୦୧୦ରୁ ଏହି ମିଶନ ଆରମ୍ଭ କରିଛନ୍ତି ।
୨୦୧୦ରେ ପୁରୀ ସହରରୁ ସବୁଜ ଅଭିଯାନ (ସ୍ୱର୍ଣ୍ଣ ଭାରତ ଅଭିଯାନ) ଆରମ୍ଭ କରିଥିଲି । ୨୩ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୦ ହଜାର ବୃକ୍ଷରୋପଣ କରିଛି ।
ପାଞ୍ଚ ଲକ୍ଷ ଗଛ ଲଗାଇବାକୁ ଆଶା ରଖିଛନ୍ତି । ପ୍ରଥମେ କିଛି କିଛି ସ୍ଥାନରେ ଗ୍ରାମବାସୀ ଅଭିଯାନକୁ ବିରୋଧ କରୁଥିଲେ । ହେଲେ ପଡିଆ ଜମି ଜଙ୍ଗଲ ପାଲଟିବା ପରେ ସେମାନେ ବେଶ ଖୁସି ।
ଦେଶର ଏକତା ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଚାରାରୋପଣ କରୁଛି । ବିକାଶ ଆଳରେ ପ୍ରାକୃତିକ ସମ୍ବଳର ବଡ ଅଂଶ ଧ୍ୱଂସ ପାଇ ସାରିଛି ।
ପ୍ରଦୂଷଣମୁକ୍ତ ଭାରତ ଗଢ଼ିବା ପାଇଁ ଯୁବପିଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଥିବା କୁହନ୍ତି ସ୍ଥପତି ତଥା ବାସ୍ତୁ ବିଶେଷଜ୍ଞ ସତ୍ୟନାରାୟଣ ।
ସତ୍ୟନାରାୟଣ ଆଗାମୀ କିଛି ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ବିଭିନ୍ନ ସ୍ଥାନକୁ ଯିବାଆସିବା ସହ ବୃକ୍ଷରୋପଣର ସମସ୍ତ ଖର୍ଚ୍ଚ ସେ ନିଜ ପକେଟରୁ କରିଥାନ୍ତି ।
ସରକାରୀ ଅଧିକାରୀ ଓ ନେତାମାନେ ସତ୍ୟନାରାୟଣଙ୍କ ଠାରୁ କିଛି ଶିଖିବା ଉଚିତ ବୋଲି କୁହନ୍ତି କେନ୍ଦ୍ରାପଡ଼ାର ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁ ।
ଲୋକାଲ ୱାୟାର
Leave a Reply