ପୁରୀ, ଡିସେମ୍ବର ୧୩(ଲୋକାଲ ୱାୟାର): ଦେଶରେ ପ୍ରଥମ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସଫେଇ ମିତ୍ର ଟୋଲ୍ ଫ୍ରି ନମ୍ବର ଜାରି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିକୁ ଅଭିନନ୍ଦନ ଜଣାଇଛନ୍ତି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ରାଜଧାନୀରେ ଚବିଶ ଘଣ୍ଟିଆ ସଫେଇ ମିତ୍ର ଟୋଲ୍ ଫ୍ରି ନମ୍ବର -୧୪୪୨୦ ଜାରି କରିଛନ୍ତି ।
ସହରରେ ଥିବା ସେଫ୍ଟିକ୍ ଟାଙ୍କି, ସ୍ୱେରେଜ ଲାଇନର ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ କରିବା ଏବଂ ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ନାଗରିକମାନେ ଉକ୍ତ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।
ଏହି ଟୋଲ୍ ଫ୍ରି ନମ୍ବର ସହହିତ ବିଏମସିର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧କୁ ସଂଯୁକ୍ତ କରାଯାଇଛି ।
ଲୋକାଲ ୱାୟାର
Leave a Reply