• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ସବୁ ପ୍ରାକୃତିକ, ଟେଲିକମ ଇଂଜିନିୟରଙ୍କ ଗ୍ଵାଭାଜ୍ ଆଇସକ୍ରିମ୍

ସବୁ ପ୍ରାକୃତିକ, ଟେଲିକମ ଇଂଜିନିୟରଙ୍କ ଗ୍ଵାଭାଜ୍ ଆଇସକ୍ରିମ୍

January 31, 2020 By LocalWire Leave a Comment

ଭୁବନେଶ୍ବର, ଜାନୁଆରୀ ୩୧ (ଲୋକାଲ ୱାୟାର): ଆଇସକ୍ରିମ୍ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଥିବାବେଳେ ଏଥିରେ ବିଭିନ୍ନ ରସାୟନିକ ପଦାର୍ଥ ମିଶୁଥିବା ଅନେକ ସମୟରେ ଅଭିଯୋଗ ହୁଏ।

ଏଭଳି ସମୟରେ ଭୁବନେଶ୍ବରର ପଟିଆ ଅଂଚଳରେ ସଂପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ବିଭିନ୍ନ ଫଳରୁ ଆଇସକ୍ରିମ୍ ପ୍ରସ୍ତୁତ କରୁଛନ୍ତି ପ୍ରଣବ କୁମାର ପତି।

ସେ ଏହାର ନାଁ ରଖିଛନ୍ତି ଗ୍ଵାଭାଜ୍ ଆଇସକ୍ରିମ।

ଗତବର୍ଷ ମେ ମାସର ଫନି ବାତ୍ୟା ପରେ ପରେ ସେ ଏହି ବ୍ୟବସାୟ ଆରମ୍ଭ କରିଥିବାବେଳେ ପ୍ରାୟ ୫୫ ପ୍ରକାର ଫଳରୁ ବିଭିନ୍ନ ସୁସ୍ବାଦୁ ଆଇସକ୍ରିମ ପ୍ରସ୍ତୁତ କରୁଛନ୍ତି ।

ଏଠାରେ ଅଦା, ବେଲ, ଚିକୁ, ପିଜୁଳି, ଆମ୍ବ, ପଣସ, ଲିଚୁ, ସାପେଟା, ନଡିଆ, ହଲୱା ଭନିଲା, ଜିଂଜର କଫି, ଗାଜର ଇତ୍ୟାଦିରୁ ପ୍ରସ୍ତୁତ ଫ୍ରୁଟକ୍ରିମ ବି ପ୍ରସ୍ତୁତ ହେଉଥିବା ପ୍ରଣବ ସୂଚନା ଦେିଛନ୍ତି।

ସେହିପରି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ରହିଛି ସୁଗର ଫ୍ରି କ୍ରମରେ ବିଭିନ୍ନ ଫ୍ରୁଟ ଆଇସକ୍ରିମ ।

ପ୍ରଣବ ଓ ତାଙ୍କ ସାନଭାଇ ପୁନେରୁ ଆଣି ଏହି ଆଇସକ୍ରିମ ରାଜଧାନୀରେ ବିକ୍ରି କରୁଥିବାବେଳେ କିଛି ଆଇସକ୍ରିମ ୨ରୁ ୩ ମିନିଟ ମଧ୍ୟରେ ନିଜେ ମଧ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଉଛନ୍ତି ।

ବିଶେଷକରି ନଡିଆ ଓ ପଇଡ ଆଦିରୁ ପ୍ରସ୍ତୁତ ଟେଣ୍ଡର କୋକୋନଟ ଆଇସକ୍ରିମ ଗ୍ରାହକଙ୍କୁ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ଦିଆଯାଉଛି।

ହାଇଦ୍ରାବାଦରେ ରହି ପାଠ ପଢିବା ସମୟରେ ବିଭିନ୍ନ ପ୍ରକାର ଆଇସକ୍ରିମ ଖାଉଥିବାବେଳେ ଗ୍ଵାଭାଜ୍ ଆଇସକ୍ରିମର ପ୍ରେମରେ ପଡ଼ିଥିଲେ ପ୍ରଣବ ଓ ସେଠାରୁ ଏହି ବ୍ୟବସାୟ ସଂପର୍କରେ ନିଷ୍ପତ୍ତି ନେଇଥିବା କହନ୍ତି।

ଏଥିପାଇଁ ଟେଲିକମ ବିଭାଗର ଚାକିରି ଛାଡି ପଟିଆରେ ସେ ନିଜସ୍ବ ଆଇସକ୍ରିମ ଦୋକାନ ଆରମ୍ଭ କରିଛନ୍ତି ।

ଯେହେତୁ ୮ ମାସ ହେବ ଏହି ଆଇସକ୍ରିମ ବଜାରକୁ ଆସିଛି, ତେଣୁ କଟକ ଓ ଭୁବନେଶ୍ବରରେ ଏହି ଆଇସକ୍ରିମର ଖୁବ ଚାହିଦା ରହିଛି ।

କୌଣସି ବିଦେଶୀ କମ୍ପାନୀ ପ୍ରସ୍ତୁତ ଆଇସକ୍ରିମ ନୁହେଁ, ବରଂ ଦେଶୀ ଫଳରେ ଆଇସକ୍ରିମ ତିଆରି ହେଉଛି, ଯାହାକୁ ରାଜ୍ୟ ବାହାରକୁ ପଠାଇବା ପ୍ରକ୍ରିୟା ବି ସେ ଆରମ୍ଭ କରିଛନ୍ତି।

ପ୍ରଣବ ଓ ତାଙ୍କ ସାନଭାଇ ଆଇସକ୍ରିମ ଖାଇବାକୁ ଭଲ ପାଉଥିବାରୁ ସେ ଏଭଳି ଫ୍ରୁଟକ୍ରିମର ଟ୍ରେଣ୍ଡକୁ ରାଜ୍ୟରେ ପ୍ରଥମେ ଆରମ୍ଭ କରିଥିବା ଦାବି କରିଛନ୍ତି।

ଏହି ଆଇସକ୍ରିମ୍ ବଜାରରେ ମିଳୁଥିବା ଅନ୍ୟାନ ଆଇସକ୍ରିମ୍ ମୂଲ୍ୟଠାରୁ କମ ।

ଲୋକାଲ ୱାୟାର

Filed Under: food, Odia, Special, ଖାଦ୍ୟ, ବିଶେଷ Tagged With: food, Special, ଓଡିଶା, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire