ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ ।
ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟିକାକରଣ ପ୍ରକ୍ରିୟାକୁ ସକି୍ରୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି । ଶୁକ୍ରବାର ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି ।
ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟିକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା ।
ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍କୁ ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ୍ ରୁମ୍, ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମ୍ ଭାବେ ବ୍ୟବହୃତ ହେବ ।
ଏହି ରୁମ୍ ଗୁଡ଼ିକର ତତ୍ତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମୁ୍ୟନାଇଜେସନ୍ ଅଫିସର୍ ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧୀନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ ।
ମୂଖ୍ୟତଃ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଣ୍ଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply