ଭୁବନେଶ୍ୱର, ମାର୍ଚ୍ଚ ୨୨(ଲୋକାଲ ୱାୟାର): ଓଡ଼ିଶା ପର୍ଯ୍ୟଟନ ବିଭାଗ ସାହାଯ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ର ଉଦଯାପନୀ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଆସାମୀ ଆଧ୍ୟାତ୍ମିକ ଲୋକ ସଙ୍ଗୀତ ସହିତ ଅଭଙ୍ଗ ରଙ୍ଗ ପରିବେଷଣ ।
ଅନ୍ତିମ ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ସଙ୍ଗୀତା ଚାମୁହୁଙ୍କ ଦ୍ୱାରା ବରଗୀତ୍ ଏବଂ ଆସାମର ଭକ୍ତି ସଙ୍ଗୀତ ।
ବରଗୀତ୍ ସଙ୍ଗୀତ ମାଧବଦେବଙ୍କ ଦ୍ୱାରା ରଚିତ ଯାହା ବିଭିନ୍ନ ମଠ ମାନଙ୍କରେ ପ୍ରାର୍ଥନା ସେବା ଆରମ୍ଭ କରିବା ପାଇଁ ଗାନ କରାଯାଏ ।
ସଙ୍ଗୀତାଙ୍କ ପ୍ରଥମ ଉପସ୍ଥାପନା ଥିଲା ରାଗ ଶ୍ୟାମ କଲ୍ୟାଣ ଏବଂ ପରେ ପରେ ରାଗ ଗୌରୀ ସହିତ ଆସାମର କିଛି ଶାସ୍ତ୍ରୀୟ ସଙ୍ଗୀତ, ଭକ୍ତି ସଙ୍ଗୀତ, ଭଜନ ଏବଂ ଲୋକ ସଙ୍ଗୀତ ପରିବେଷଣ ।
ସଂଧ୍ୟାର ଶେଷ ଉପସ୍ଥାପନା ଥିଲା ପଣ୍ଡିତ ସଞ୍ଜିବ ଅଭୟଙ୍କରଙ୍କ ଦ୍ୱାରା ଅଭଙ୍ଗ ରଙ୍ଗ ପରିବେଷଣ ।
ଅଭଙ୍ଗ ଭଗବାନ ଭିଟ୍ଟଲାଙ୍କ ପାଖରେ ଗାନ କରାଯାଇଥାଏ । ଆକ୍ଷରିକ ଭାବରେ ଏହାର ଅର୍ଥ ହେଉଛି ଏକ ନିଖୁଣ ଏବଂ ନିରବଚ୍ଛିନ୍ନ କବିତା ପରିବେଷଣ ।
ପଣ୍ଡିତ ଅଭୟଙ୍କର ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରର ସୁପରିଚିତ କଳାକାର ।
ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ସଙ୍ଗୀତକୁ ମନଭରି ଉପଭୋଗ କରୁଥିଲେ ।
ସଂଧ୍ୟାର ଅତିଥିମାନେ ଥିଲେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁ୍ୟନାଲ ଆହ୍ଲାବାଦ ବେଞ୍ଚର ମାନ୍ୟବର ସଦସ୍ୟ ଗୋକୁଳ ଚନ୍ଦ୍ର ପତି, ବିଶିଷ୍ଟ ତବଲା ବାଦକ ଉମେଶ ଚନ୍ଦ୍ର କର; ଭୁବନେଶ୍ୱର ମୁ୍ୟଜିକ୍ ସର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମୁ୍ୟଜିକ୍ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼ ସଙ୍ଗୀତା ଗୋସାଇଁ ଓ ଡ଼. ଆଦ୍ୟାଶା ଦାସ ।
ଲୋକାଲ ୱାୟାର
Leave a Reply