କେନ୍ଦ୍ରାପଡ଼ା, ଅକ୍ଟୋବର ୧୦(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅର୍ନ୍ତଗତ ପ୍ରଭାକରପୁର ଗ୍ରାମର ଜନୈକ ମତ୍ସ୍ୟଜୀବୀ ନିଶିକାନ୍ତ ବେହେରା (୩୨) ଗତ ଗୁରୁବାର ଠାରୁ ଖରିନାସୀ ନିକଟ ମାଛଧରା ବନ୍ଦରରେ ଏକ ଯନ୍ତ୍ରଚାଳିତ ବୋଟ୍ ରୁ ସମୁଦ୍ରକୁ ଖସି ପଡ଼ି ନିଖୋଜ ଥିବା ବେଳେ ଶନିବାର ତାଙ୍କ ମୃତ ଦେହ ହୁକିଟୋଲା ଦ୍ୱୀପ ପାଖରେ ଠାବ କରାଯାଇଥିବା କହିଛନ୍ତି ଜମ୍ବୁ ସାମୁଦ୍ରିକ ଥାନାର ଆଇଆଇସି ମହେଶ୍ୱର ସେଠୀ ।
ମତ୍ସ୍ୟଜୀବୀମାନେ ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ନିଶିକାନ୍ତଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇ ନଥିଲା ।
ତେଣୁ ଉକ୍ତ ବୋଟ୍ ର ମାଲିକକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି ।
ପଂଜିକୃତ ହୋଇ ନଥିବା ମାଛ ଧରା ବୋଟ୍ ଚଳାଚଳ ନ କରିବାକୁ ପୂର୍ବରୁ ପ୍ରଶାସନ ପକ୍ଷରୁ କଡ଼ା ନିଦେ୍ର୍ଦଶ ଥିଲା ।
ଏହା ସତ୍ତ୍ୱେ ବିନା ଲାଇଫ ଜ୍ୟାକେଟରେ ଚଳାଚଳ କରୁଥିବା ବୋଟ୍ ଗୁଡ଼ିକ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି ।
ସେହିପରି କ୍ଷମତା ଠାରୁ ଅଧିକ ଲୋକଙ୍କୁ ନ ନେବା ଲାଗି ମଧ୍ୟ ବୋଟ୍ ମାଲିକମାନଙ୍କୁ ଚେତାବନୀ ଦିଆଯାଇଛି ।
ଏଠାରେ ସମୁଦ୍ର ଓ ବିଭିନ୍ନ ନଦୀରେ ଚଳାଚଳ କରୁଥିବା ଅନେକ ମାଛଧରା ବୋଟ୍ ମତ୍ସ୍ୟଜୀବୀମାନଙ୍କ ପାଇଁ ଅନୁକୂଳ ନୁହେଁ ।
ବିଗତ ବର୍ଷ ମାନଙ୍କରେ ଅନେକ ବୋଟ୍ ଦୁର୍ଘଟଣାରେ ବହୁ ମତ୍ସ୍ୟଜୀବୀଙ୍କ ଜୀବନ ହାନି ହେଲାଣି ।
ଛୋଟ ଦେଶୀ ମାଛଧରା ବୋଟ ଗୁଡ଼ିକ ଏବେ ମରଣଯନ୍ତା ପାଲଟିଛି । ଖରାପ ପାଣିପାଗରେ ମଧ୍ୟ ପ୍ରଶିକ୍ଷଣ ପାଇ ନଥିବା ଛୋଟ ପିଲାମାନେ ବୋଟ ଚଳାଉଛନ୍ତି ।
ତେଣୁ ବୋଟ୍ ଦୁର୍ଘଟଣା ଓ ମତ୍ସ୍ୟଜୀବୀଙ୍କ ମୃତୁ୍ୟ ଏଠାରେ ନିତିଦିନିଆ ଘଟଣା ହୋଇଥିବା କହିଛନ୍ତି କେନ୍ଦ୍ରାପଡ଼ାର ସାମାଜିକ କାର୍ଯ୍ୟକର୍ତ୍ତା ଅମରବର ବିଶ୍ୱାଳ ।
ଲୋକାଲ ୱାୟାର
Leave a Reply