ଜଗତସିଂହପୁର, ଜାନୁଆରୀ ୯(ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜ ସମ୍ପତି ତାଲିକା ପ୍ରଦାନ କରିଛନ୍ତି ।
ଗତମାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଏହି ବିବରଣୀର ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବା ସହ ୱେବସାଇଟରେ ଉପଲବ୍ଧ ହେବ ।
୩୦ ବର୍ଷର ଚାକିରି ମଧ୍ୟରେ ସୁନାଗହଣା କିଣିନଥିବା, ଏଲଟିସି ଓ ସରକାରୀ ପ୍ଲଟ ନେଇନଥିବା ଦର୍ଶାଇଥିବା ବେଳେ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୨ ହଜାର ଟଙ୍କା, ୨୫ ବର୍ଷ ପୁରୁଣା ମୋଟର ସାଇକେଲ, ୧୦ ବର୍ଷ ପୁରୁଣା କାର୍ ଓ ଗୋଟିଏ ସ୍କୁଟି ଥିବା ଦର୍ଶାଇଛନ୍ତି ।
ସେହିପରି ଭୁବନେଶ୍ୱରର ନୂଆପଲ୍ଲୀରେ ଗୋଟିଏ ଘର, ପଟିଆରେ ଫ୍ଲାଟ ଓ ଗାଁରେ ୩ ଏକର ପୈତୃକ ସମ୍ପତ୍ତି ଥିବା ଦର୍ଶାଇଛନ୍ତି ।
ଲୋକାଲ ୱାୟାର
Leave a Reply