ଭୁବନେଶ୍ୱର, ଜାନୁଅଆରୀ ୨୧(ଲୋକାଲ ୱାୟାର): ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବା ନେଇ ଗୁରୁବାର ସମ୍ବଲପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ଅଧିକାର ରାଲିରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛି ବିଜେପି ।
ଚଷାଚାଷୀ ଅଞ୍ଚଳ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି ।
ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।
ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ସରକାରଙ୍କୁ ସମାଲଚୋନା କରି କହିଛନ୍ତି ଯେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି? ଦୀର୍ଘ ଦିନ ଧରି କଂଗ୍ରେସ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଚାଷୀମାନେ ଅବହେଳିତ ହୋଇଆସୁଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା । ଓଡ଼ିଶାରେ ମଧ୍ୟ ଅନୁରପ
ଭାବେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି । ରାଜ୍ୟ ସରକାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ କଟନୀଛଟନୀ କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି ।
ଅପରପକ୍ଷରେ ଗରିବଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ଶ୍ରୀ ତୋମାର ପ୍ରଶ୍ନ କରିଛନ୍ତି ।
ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଟୋକନ ବ୍ୟବସ୍ଥା ଥିଲେ ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ମିଳୁନାହିଁ ।
ସେହିପରି ସଠିକ୍ ମୂଲ୍ୟ ନପାଇ ବରଗଡ଼ରେ ଚାଷୀଙ୍କ ହୃଦଘାତରେ ମୃତୁ୍ୟ ଘଟିବା ଚିନ୍ତାଜନକ ।
ସମ୍ବଲପୁର ଅଂଚଳରେ ମଣ୍ଡି ସମସ୍ୟା ସମାଧାନ ହେଉନଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ବିକ୍ରି ହୋଇପାରୁନାହିଁ ।
ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣନ୍ତୁ ।
ଖରିଫ ଋତୁରେ ଅଚଳ ହୋଇଥିବା ଟାକନର ପୁନଃକାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଅପରପକ୍ଷରେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଫସଲ ବୀମା ଯୋଜନାର ଶୁଭାରମ୍ଭ କରିବା ସହ ଓଡ଼ିଶାର ୨୦ ଲକ୍ଷ ଚାଷୀଙ୍କ ପାଇଁ ୪ହଜାର କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୧୦ଟଙ୍କାରୁ ବଢ଼ି ୧୮୬୮ରେ ପହଁଚିଛି ।
ମାତ୍ର ରାଜ୍ୟରେ ଚାଷୀମାନେ ସଠିକ୍ ଏମଏସପି ମୂଲ୍ୟ କାହିଁକି ପାଉନାହାନ୍ତି ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ।
ଲୋକାଲ ୱାୟାର
Leave a Reply