ଭୁବନେଶ୍ୱର, ଜାନୁଆରୀ ୧୯(ଲୋକାଲ ୱାୟାର): ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସଂଭାବନା ପକ୍ଷରୁ ‘ପ୍ରଣବ ପ୍ରଣାମ’ ସ୍ଥାନୀୟ ୟୁନିଟ୍-୨ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଉର୍ମୀ ଅଧିରା ରୂପସୀ ଚିଲିକା, କେଉଁ ନାମ ଧରି ଡ଼ାକିବୁ ତୁମକୁ, ମାଝିରେ, ଶେଷ ଶ୍ରାବଣ, ପାହାଡ଼ର ସେ ପାଖେ ଆମ ଛୋଟ ଗାଁ, ମା’ ତୁମେ ଜଗତର ସାହା ଭରଷା, ଏମିତି ରାତି ଆଦି ସଙ୍ଗୀତରେ ପ୍ରଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କଣ୍ଠଶିଳ୍ପୀ ।
ଲିପସା ମିଶ୍ର, ଅର୍ଣ୍ଣବ ପଣ୍ଡା, ଇପସିତା ମହାନ୍ତି, ଛନ୍ଦା ମିଶ୍ର, ରିତିକା ରିମଝିମ୍, ବିଜୟାଲକ୍ଷ୍ମୀ ପତି ପ୍ରମୁଖଙ୍କ ସଙ୍ଗୀତକୁ ପ୍ରଶଂସା କରିଥିଲେ ପ୍ରଣବ ।
ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ପ୍ରଣବଙ୍କ ସଙ୍ଗୀତ ପରିବେଷଣ । ସେ ଶାନ୍ତନୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଗାଇଥିଲେ ଅନ୍ତରେ କାନେ୍ଦ ବାହାରେ ହସେ ମୁଁ ।
ପରେପରେ ପ୍ରଫୁଲ୍ଲ୍ କରଙ୍କ ନିଦେ୍ର୍ଦଶନା ତଥା ମଧୁସୂଦନ ରାଓଙ୍କ ରଚିତ ଏବଂ ପ୍ରଣବଙ୍କ ପରିଚୟ ପାଲଟିଥିବା ସଂଗୀତ ରେ ଆତ୍ମନ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲା ।
ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସନ୍ଧ୍ୟାରେ ଅତିଥିଭାବେ ସମ୍ପାଦକ ଦେବ ପ୍ରସାଦ ପରିଜା, ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଶିଷ୍ଟ ସାହିତି୍ୟକ ଦାଶ ବେନ୍୍ହୁର, ଓଡିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ସଂଭାବନା ଓଡ଼ିଆଣୀ ସମିତି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପ୍ରଣବ ସଙ୍ଗୀତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ‘ପ୍ରଣବାଶିଷ ସମ୍ମାନ’ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ସଂଯୋଜନା କରିଥିବାବେଳେ ରାଜଶ୍ରୀ ଶତପଥି, ସତ୍ୟବ୍ରତ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଲୋକାଲ ୱାୟାର
Leave a Reply