• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏବେବି ଗରିବଙ୍କ ପାଖରେ ପହଞ୍ଚିନି ରନ୍ଧା ଖାଦ୍ୟ!

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏବେବି ଗରିବଙ୍କ ପାଖରେ ପହଞ୍ଚିନି ରନ୍ଧା ଖାଦ୍ୟ!

March 30, 2020 By Prativa Ghosh Leave a Comment

ଭୁବନେଶ୍ୱର,ମାର୍ଚ୍ଚ ୩୦(ଲୋକାଲ ୱାୟାର): ଲକ୍ ଡାଉନ ସ୍ଥିତିରେ ଆସନ୍ତା ଆଜିଠାରୁ ଅସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳରେ ଦଶ ଲକ୍ଷ ଗରିବଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସରକାରଙ୍କ ନିଦେ୍ର୍ଦଶ ସତ୍ତ୍ୱେ ରବିବାର ସନ୍ଧ୍ୟା ସୁଦ୍ଧା କେତେକ ସ୍ଥାନରେ ଏହା ସମ୍ଭବ ହୋଇଥିବା ବେଳେ ଅନେକ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା ହୋଇ ପାରି ନଥିବା ଅଭିଯୋଗ ହୋଇଛି ।

ରବିବାର ପ୍ରଥମ ଦିନରେ ସୁବର୍ଣ୍ଣପୁର ଜିଲ୍ଲାରେ ୧୦୯ଟି ପଞ୍ଚାୟତରୁ ମାତ୍ର ୬୧ଟିରେ ରନ୍ଧାଖାଦ୍ୟ ବଣ୍ଟାଯାଇ ପାରିଥିବା ବେଳେ ୧୫୯୨ ହିତାଧିକାରୀ ଖାଦ୍ୟ ପାଇଛନ୍ତି ।

ଏଥିରୁ ଅନୁମାନ କରି ହେବ ରାଜ୍ୟର ସବୁ ଜିଲ୍ଲାରେ ଅବସ୍ଥା କିପରି ଥିବ ।
ସକରାରୀ ତଥ୍ୟରୁ ପ୍ରକାଶ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲୁକ୍ରେ ଥିବା ୧୬ଟି ପଞ୍ଚାୟତ ମଧ୍ୟରୁ ଆଜି ୩ଟି ପଞ୍ଚାୟତର ୭୦ ଜଣଙ୍କୁ, ବିଏମପୁର ବ୍ଲକର ୫ଟି ପଞ୍ଚାୟତରୁ ୧୦ଟି ପଞ୍ଚାୟତର ୧୮୦ ହିତାଧିକାରୀ, ଡୁଙ୍ଗୁରିପାଲିର ବ୍ଲକ୍ର ୬ଟି ପଞ୍ଚାୟତରୁ ୧୪ଟି ପଞ୍ଚାୟତର ୨୯୯ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇ ପାରିଛି ।

ସେହିପରି ସୋନପୁର ବ୍ଲକ୍ର ୧୪ଟି ପଞ୍ଚାୟତରୁ ୧୦ଟି ପଞ୍ଚାୟତ ୧୬୫ ଜଣଙ୍କୁ, ତରଭା ବ୍ଲକର ୨୧ଟି ପଞ୍ଚାୟତରୁ ୨୧ଟି ଯାକରେ ରନ୍ଧା ଖାଦ୍ୟ ଦିଆଯାଇ ପାରିଛି ।

ତେବେ ଜିଲ୍ଲାର ଉଲୁଣ୍ଡା ବ୍ଲକର ୧୭ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତର ୧୯୭ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇପାରିଛି ।

କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ଛାମୁଣ୍ଡା ଓ ମେଘପାଳ ପଞ୍ଚାୟତରେ ଲୋକମାନେ ରନ୍ଧା ଖାଦ୍ୟ ପାଇ ପାରି ନଥିଲେ ।

ଏନେଇ ଜଣେ ସାମାଜିକ କର୍ମୀଙ୍କ ଦ୍ୱାରା ବାରମ୍ବାର ଟ୍ୱିଟ୍ କରିବା ପରେ ଷ୍ଟେଟ ରିଲିଫ୍ କମିଶନ ପ୍ରଦୀପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ପରେ କମିଶନରଙ୍କ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାପାଳ ଓ ପରେ ବ୍ଲକ୍ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘଟଣାର ତନାଘନା ହୋଇଥିଲା ।

ସନ୍ଧ୍ୟା ପ୍ରାୟ ୭ଟା ପରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଗଲା । ଏବେ ରାଜ୍ୟର ବହୁ ସ୍ଥାନରେ ଏଭଳି ପରିସ୍ଥିତି ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେଣୁ ଗ୍ରାମ ପଞ୍ଚାୟତ ଓ ସରପଞ୍ଚ ସ୍ତରରେ ନିଜ ନିଜ ଗାଁରେ କିପରି ଏହି ସରକାରୀ ସୁବିଧା ମିଳିପାରିବ ସେ ନେଇ ସମସ୍ତେ ଆଗ୍ରହ ଦେଖାଇବାର ଆବଶ୍ୟକତା ରହିଛି ।
ଅପରପକ୍ଷେ କିଛି କିଛି ପଞ୍ଚାୟତରେ ସରପଞ୍ଚ ମାନେ ନିଜେ ଦାୟିତ୍ୱ ନେଇ ଗାଁର ଅସହାୟଙ୍କୁ ଖାଦ୍ୟ ଦେଇଥିବା ବେଳେ ଆଉ କିଛି ସ୍ଥାନରେ ଜିଲ୍ଲାପାଳ ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଏସଏଚଜିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।

ଏ ବାବଦରେ ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର ବ୍ଲକର ଏକ ପଞ୍ଚାୟତରେ ଆଜି ୮ ଜଣ ଗରିବଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ।

ଗାଁର ମେଟକାନି ସ୍ୱୟଂ ସହାୟକ ସଂଘ ଦ୍ୱାରା ଏହି ଖାଦ୍ୟ ବଣ୍ଟାଯାଇଥିବା ବେଳେ ସାମାଜିକ ଦୂରତ୍ୱ ଓ ନିଜର ସୁରକ୍ଷା ଉପରେ ସଂଘ ଗୁରୁତ୍ୱ ଦେଇଥିଲା ।

ଏ ବାବଦରେ ମେଟକାନି ସ୍ୱୟଂ ସହାୟକ ସଂଘ ପକ୍ଷରୁ କୁହାଯାଇଛି ଯେ ଆମକୁ ରନ୍ଧାଖାଦ୍ୟ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ଏହାକୁ ଭିତ୍ତିକରି ଆଜି ପ୍ରଥମ ଦିନରେ ଆମେ ୮ ଜଣଙ୍କୁ ଖାଇବା ଦେଇଛୁ ।

ଅଧିକ ଦାୟିତ୍ୱ ଦେଲେ ଅଧିକ ସ୍ଥାନରେ ଆମେ ଲୋକଙ୍କୁ ଏହି ସେବା ଯୋଗାଇ ଦେବୁ । ଆଜି ସୁବର୍ଣ୍ଣପୁର ଜିଲ୍ଲାର ୧୦୯ ପଞ୍ଚାୟତ ଭିତରୁ ୬୧ଟି ପଞ୍ଚାୟତର ୧୫୯୨ ଜଣଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇପାରିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire