ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଆସନ୍ତା ଡିସେମ୍ବର ୧୪ ତାରିଖ ଭିତରେ ସରକାର କଳାକାରଙ୍କୁ କିଛି ସହାୟତା ଘୋଷଣା ନ କଲେ ଡିସେମ୍ବର ୧୬ରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।
ଜଗତସିଂହପୁର ଜିଲ୍ଲା କମିଟିର ଦ୍ୱିତୀୟ ଅଧିବେଶନରେ ଏହିଭଳି କିଛି ନିଷ୍ପତ୍ତି ନେଇଛି ସଂଘ । ଏହି ଅବସରରେ ସଂଘର ଜିଲ୍ଲା କମିଟିରେ ମୁଖ୍ୟ ଉପଦେଷ୍ଟା ଭାବେ ପାର୍ବତୀ ଗଣନାଟ୍ୟ ପ୍ରଯୋଜକ ସତ୍ୟବ୍ରତ ମହାପାତ୍ର ଓ ଉପଦେଷ୍ଟା ଭାବେ ଦୁର୍ଗାଶ୍ରୀ ଗଣନାଟ୍ୟର ପ୍ରଯୋଜକ ପଦନ ନାୟକ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ ।
ଅଶୋକ ରାଉତଙ୍କ ସଭାପତିତ୍ୱରେ ଏହି ସଭା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଦୈତାରୀ ପଣ୍ଡା, ଉପସଭାପତି ବ୍ରଜବିହାରୀ ନାୟକ, ସମ୍ପାଦକ ଆରକେ ହୀରାଲାଲ ଯୋଗ ଦେଇଥିଲେ ।
ଜିଲ୍ଲା କମିଟିର ରଞ୍ଜିତା ମହାନ୍ତି, ବାସୁ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, କୈଳାସ ପରିଡ଼ା, କୁନାବାବୁ, ଟୁନା ପଣ୍ଡା, ପରିଚାଳକ ପ୍ରଜିତ୍ କୁମାର ରାଉତରାୟ, ପ୍ରତାପ ଦାସ, ଯୁଧିଷ୍ଠିର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଲୋକାଲ ୱାୟାର
Leave a Reply