ଭୁବନେଶ୍ୱର, ଏପ୍ରିଲ ୧୮ (ଲୋକାଲ ୱାୟାର) : ସହରାଞ୍ଚଳରେ ରହୁଥିବା ଗରିବ ଓ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୦୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି ।
ରାଜ୍ୟର ୧୧୪ଟି ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।
ଅର୍ବାନ ୱେଜ୍ ଏମପ୍ଲୋଏମେଣ୍ଟ ଇନିସିଏଟିଭ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମଭିତ୍ତିକ କାର୍ଯ୍ୟ କୁ ଗୁରୁତ୍ୱ ଦିଆଯିବ ।
ଏହା ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ।
ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।
ମିଶନ ଶକ୍ତିର ମା’ ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ ।
ଏହା ମାଧ୍ୟମରେ ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ଯୋଜାନା କାର୍ଯ୍ୟକାରୀ ହେବ ।
ଲୋକାଲ ୱାୟାର
Leave a Reply