ବାଲେଶ୍ୱର, ଡିସେମ୍ବର ୨୮(ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ସ୍ଥିତ ଭୁଷଣ୍ଡେଶ୍ୱର ମନ୍ଦିର ମରାମତି କାମ ବୁଲି ଦେଖିଛନ୍ତି ପ୍ରସିଦ୍ଧ ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ।
ତାଙ୍କ ସହ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଭୋଗରାଇ ବିଧାୟକ ଅନନ୍ତ ଦାସ, ଆରଆଣ୍ଡବି ବିଭାଗର ଅଧିକାରୀ, ଭୋଗରାଇ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।
ଭଙ୍ଗାରୁଜା ଅବସ୍ଥାରେ ଥିବା ମନ୍ଦିରଟି ନିକଟରେ ଭୁଶୁଡି ପଡ଼ିଥିଲା । ଏବେ ଏହାର ମରାମତି କାମ ଚାଲିଛି ।
ଏହି ଅବସରରେ ସାଂସଦ ମହାପାତ୍ର ସାଂସଦ ଉନ୍ନୟନ ପାଣ୍ଠିରୁ ୧.୫ କୋଟି ଟଙ୍କା ପ୍ରଦାନ କରିବେ ।
ମନ୍ଦିରଟି ଗ୍ରାନାଇଟ ପଥରରେ ନିର୍ମିତ ହେବ ଓ ଏହାର ଉଚ୍ଚତା ୧୦୦ ଫୁଟ ମଧ୍ୟରେ ରହିବ ।
ସାଂସଦ ବୈଷୟିକ କମିଟିର ଅଧ୍ୟକ୍ଷ ଓ ଆରଆଣ୍ଡବି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ମନ୍ଦିର ମରାମତି ପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଧାୟକ ଦାସ କହିଛନ୍ତି ।
ଲୋକାଲ ୱାୟାର
Leave a Reply