ଭବାନୀପାଟଣା, ଜାନୁଆରୀ ୨୭(ଲୋକାଲ ୱାୟାର): ମୋବାଇଲ ଫୋନ୍ ଯୋଗେ ଜଣେ ବରିଷ୍ଠ ନାଗରିକଙ୍କୁ ୧ ଲକ୍ଷ ୧୯ ହଜାର ଠକେଇ ମାମଲାରେ ଭବାନୀପାଟଣା ପୁଲିସ ଉତ୍ତରପ୍ରଦେଶରୁ ୫ ଜଣଙ୍କୁ ଗିରଫ କରିଛି ।
ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲା ଅନ୍ତର୍ଗତ ବେୱାରର ଅଭିଳାଷ ସିଂହ ନାମକ ବ୍ୟକ୍ତି ଭବାନୀପାଟଣା ସହରର ଜଣେ ବରିଷ୍ଠ ନାଗରିକଙ୍କୁ ଫୋନ କରି ନିଜକୁ ଜିଓ କଷ୍ଟୋମର କେୟାରର ଜଣେ ଏକଜିକୁ୍ୟଟିଭ୍ ଭାବେ ପରିଚୟ ଦେଇଥିଲା ।
ସଂପୃକ୍ତ ବ୍ୟକ୍ତି ଜିଓ କମ୍ପାନିରୁ ଏକ ଭିଭୋ ଫୋନ୍ ଓ ୨୦ ହଜାର ଟଙ୍କା ପୁରସ୍କାର ଜିତିଥିବା କହି କୌଶଳ କ୍ରମେ ଅଭିଳାଷ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ଡେବିଟ କାର୍ଡର ନମ୍ବର, ମୋବାଇଲ ନମ୍ବର ଓ ଆଇଡି ନମ୍ବର ନେଇ ଯାଇଥିଲା ।
ଏହାପରେ ସେ ଦୁଇଟି ଦଫାରେ ଦୁଇ ଜଣଙ୍କ ଆକାଉଣ୍ଟରୁ ୯୯ ହଜାର ୮ଶହ ଏବଂ ୪୫ ହଜାର ୫୯୧ ଟଙ୍କା ହଡ଼ପ କରି ନେଇଥିଲା ।
ପୁଲିସ ଏହାର ତଦନ୍ତ କରି ଉତ୍ତର ପ୍ରଦେଶରୁ ଅଭିଳାଷ ସିଂହ, ପରଭେଜ ଅହମ୍ମଦ, ୱାହିଦ ଖାନ୍, ଶାହରୁକ ଖାନ ଏବଂ ଜୁନେଦ ଅହମଦଙ୍କୁ ଗିରଫ କରିଛି ।
ଲୋକାଲ ୱାୟାର
Leave a Reply