ଭୁବନେଶ୍ବର, ଡିସେମ୍ବର ୨ (ଲୋକାଲ ୱାୟାର): ସୋମବାର ସକାଳ ସାଢେ ୯ଟାରୁ ୟୁଜିସି ନେଟ୍ ପରୀକ୍ଷା ରାଜ୍ୟର ସାତଟି ପରୀକ୍ଷା କେନ୍ଦ୍ରରେ ସୁରୁଖୁରୁ ଭାବେ ଚାଲିଛି ।
ସର୍ବଭାରତୀୟ ସ୍ତରରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ପରିଚାଳନା କରୁଥିବାବେଳେ ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ଏଥିପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।
ସ୍ନାତକ ଛାତ୍ରଛାତ୍ରୀମାନେ ନେଟ୍, ଜିଆରଏଫରେ ଯୋଗ୍ୟତା ହାସଲ ଲାଗି ଏହି ପରୀକ୍ଷା ଦେଉଛନ୍ତି।
ପରୀକ୍ଷାର ସମୟ ଅବଧି ୩ ଘଣ୍ଟା ହୋଇଥିବାବେଳେ ପ୍ରଥମ ସିଟିଂ ସରିଯାଇଛି ଓ ଦ୍ଵିତୀୟ ସିଟିଂ ପରୀକ୍ଷା ଅପରାହ୍ନ ସାଢେ ୨ଟାରୁ ସାଢେ ପାଞ୍ଚଟା ପର୍ଯ୍ୟନ୍ତ ଚାଲିବ ।
ପ୍ରତ୍ୟେକ ସିଟିଂରେ ଦୁଇଟି ପେପରରେ ପରୀକ୍ଷା ହେଉଥିବାବେଳେ ସଂକ୍ଷିପ୍ତ ଓ ଏମ୍.ସି.କ୍ୟୁ ପ୍ରଶ୍ନପତ୍ର ବି ରହିଛି ।
ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।
ଲୋକାଲ ୱାୟାର
Leave a Reply