ଭୁବନେଶ୍ୱର, ମାର୍ଚ୍ଚ ୨୯ (ଲୋକାଲ ୱାୟାର):ଆସନ୍ତାକାଲି ଲୋକସେବା ଭବନ ପରିସରରେ ଥିବା କନ୍ଭେନସନ ହଲ୍ରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାରୁ ଆଜି ଲୋକସଭା ଭବନକୁ ସାନିଟାଇଜ କରାଯାଇଛି ।
ଲୋକସଭା ଭବନର ସମସ୍ତ କାନ୍ଥ, ଗେଟ, ପ୍ରବେଶ ପଥ ଏବଂ ପୁରା ପରିସରକୁ କ୍ଲୋରିନ୍ ପାଣିରେ ସଫା କରାଯାଇଛି ।
ବିଏମସିର ସ୍ୱାସ୍ଥ୍ୟ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀମାନେ ଏହି ସାନିଟାଇଜ କରିଛନ୍ତି ।
ସୂଚନା ଅନୁସାରେ, ତୃତୀୟ କରୋନା ଆକ୍ରାନ୍ତ ବିଧାନସଭାର ଡ଼ିସପେନସରୀକୁ ଯାଇଥିଲେ । ଏହା ଜଣାପଡ଼ିବା ପରେ ବିଧାନସଭା ବନ୍ଦ ଘୋଷଣା କରିବା ସହ ଲୋକସେବା ଭବନରେ ସ୍ୱତନ୍ତ୍ର ଅଧିବେଶନ କରିବାକୁ ବାଚସ୍ପତି ନିଷ୍ପତି ନେଇଥିଲେ ।
ଲୋକାଲ ୱାୟାର
Leave a Reply