ପାରାଦୀପ, ଜାନୁଆରୀ ୩ (ଲୋକାଲ ୱାୟାର): ପାରାଦୀପ- ହାଇଦ୍ରାବାଦ ପ୍ରଡକ୍ଟ ପାଇପଲାଇନ (ପିଏଚପିଏଲ) ବିଛାଇବା ପାଇଁ ସାନି ବିଜ୍ଞପ୍ତି ଜାରିକୁ ତୀବ୍ର ବିରୋଧ କରିଛନ୍ତି ଢିଙ୍କିଆ ବାସିନ୍ଦା ।
ତୀବ୍ର ବିରୋଧ ପରେ ଗତ ସପ୍ତାହରେ ଆଇଓସିଏଲ ଢିଙ୍କିଆ ଗାଁର ଗୋଚର ଜମିରୁ ପାଇପ ହଟାଇଥିଲା ।
ଏରସମା ତହସିଲଦାରଙ୍କ ସ୍ୱାକ୍ଷରରେ ଡିସେମ୍ବର ୩୧ରେ ଜାରି ବିଜ୍ଞପ୍ତିରେ ଆଇଓସିଏଲ ସରକାରଙ୍କ ଠାରୁ ଅନୁମତି ପାଇଁ ଲାଇସେନ୍ସ ଫି ପଇଠ କରିଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାଇପ ଲାଇନ ବିଛାଇବା କାମ ତ୍ୱରାନ୍ୱିତ କରିବାକୁ ବିଜ୍ଞପ୍ତି ଜାରି ହୋଇଛି ।
ଏହି ବିଜ୍ଞପ୍ତିକୁ ବିରୋଧ କରି ଶହ ଶହ ଗ୍ରାମବାସୀ ଗ୍ରାମ ମୁଖିଆ ନିତ୍ୟାନନ୍ଦ ସ୍ୱାଇଁ, ମୁରଲୀଧର ସାହୁ, ଅକ୍ଷୟ ଦାସ, ଶ୍ରୀଧର ଭୋଳଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୨ରେ ଲୋକଙ୍କ ବିରୋଧ ପରେ ଆଇଓସିଏଲ ଢିଙ୍କିଆ ଗାଁର ଗୋଚର ଜମିରୁ ପାଇପ ହଟାଇଥିଲା ।
ଲୋକାଲ ୱାୟାର
Leave a Reply