ଭୁବନେଶ୍ୱର,ଏପ୍ରିଲ ୨୩(ଲୋକାଲ ୱାୟାର): ଗ୍ରୀଷ୍ମଦିନରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଏକ ଗ୍ରୀଷ୍ମକାଳୀନ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ସ୍ଥିରୀକୃତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି ।
ସିଆଲଦା-ପୁରୀ-ସିଆଲଦା ଶୀତତାପ ନିୟନ୍ତ୍ରିତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ମେ’ମାସ ୧୧ ତାରିଖଠାରୁ ଜୁନ୍ ମାସ ୨୨ ତାରିଖ ମଧ୍ୟରେ ସିଆଲଦା ମଧ୍ୟରେ ସିଆଲଦାରୁ ପ୍ରତି ଶନିବାର ରାତି ୧୧ଟା୫୦ରେ ଛାଡ଼ିବାକୁ ଥିବା ବେଳେ ପୁରୀଠାରୁ ଏହି ଟ୍ରେନ୍ ମେ’ ୧୨ ତାରିଖରୁ ଜୁନ୍ ୨୩ ତାରିଖ ମଧ୍ୟରେ ପ୍ରତି ରବିବାର ଅପରାହ୍ନ ୨ଟାରେ ସିଆଲଦାରୁ ଯାତ୍ରା କରିବ ।
ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ୧୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବର୍ତ୍ତମାନ ଚଳାଚଳ କରୁଛି ଯାହାକି ଗ୍ରୀଷ୍ମ ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ମାନଙ୍କରେ ଯାତ୍ରୀଭିଡ଼କୁ ହ୍ରାସ କରିପାରିବ ।
ଏହି ଗ୍ରୀଷ୍ମକାଳୀନ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ଟ୍ରେନରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଚାରୋଟି ଏସି ଦ୍ୱିତୀୟ ଶ୍ରେଣୀ, ୧୨ଟି ଏସି ତୃତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିିବ ।
ଏହା ସିଆଲଦା ଓ ପୁରୀ ମଧ୍ୟରେ ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ରହଣି କରିବ ।
ଲୋକାଲ ୱାୟାର
Leave a Reply