କଟକ,ମାର୍ଚ୍ଚ ୫ (ଲୋକାଲ ୱାୟାର): ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ଅପହରଣ କରି ନିସ୍ତୁକ ମାଡ ମାରିବା ଘଟଣାରେ ବାଦାମବାଡି ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଥିବା ବୁଧବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଗିରଫଅଭିଯୁକ୍ତମାନେ ହେଲେ ନୟାଗଡର ପ୍ରଦୀପ ସାହୁ(୪୦), ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରଶାନ୍ତ ବେହେରା(୨୪) ଓ କାକଟପୁରର ପ୍ରଶାନ୍ତ କୁମାର ସ୍ୱାଇଁ(୩୦)।
ଅଭିଯୁକ୍ତମାନେ କଟକ ଦୋଳମୁଣ୍ଡାଇ ଛକ ନିକଟରେ ଥିବା ‘କଳିଙ୍ଗ ୱାରିୟର ସିକ୍ୟୁରିଟି ସର୍ଭିସ’ ନାମକ ଏକ ଘରୋଇ ସଂସ୍ଥାର ମାଲିକ ମାନସ ରଞ୍ଜନ ଜେନା, ସଂସ୍ଥାର ଦୁଇ କର୍ମଚାରୀ ସେକ. ଅସଲୀମ ଓ ସନ୍ତୋଷ ବିଶ୍ୱାଳଙ୍କୁ ଗତ ୨ ତାରିଖ ଦିନ ମାଡ ମାରିବା ସହ ଅପହରଣ କରିନେଇଥିଲେ।
ଏହି ଘଟଣାରେ ପୁଲିସ ତଦନ୍ତ କରି ଅପହୃତମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଲୋକାଲ ୱାୟାର
Leave a Reply