ଭୁବନେଶ୍ୱର, ଜାନୁଆରୀ ୨୪(ଲୋକାଲ ୱାୟାର): ଆଜି ଜୀସାର୍ଥକରେ ୱାର୍ଲ୍ଡ ଟିଭି ପ୍ରିମିୟରରେ ସନ୍ଧ୍ୟାରେ ୬ଟାରେ ନୂଆ ଓଡ଼ିଆ ସିନେମାରେ ଘରେ ବସି କରିବେ ଶୀକ୍ଷେତ୍ର ଦର୍ଶନ ।
ମାନେ ଏହି ସମୟରେ ଟିଭି ପରଦାରେ ମୁକ୍ତିଲାଭ କରୁଛି ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର, ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ଅଭିନୀତ ଓଡ଼ିଆ ସିନେମା ‘ଶ୍ରୀକ୍ଷେତ୍ର’ ।
ପ୍ରଥମ ଥର ପାଇଁ ତିନି ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିବ । ସିନେମାଟି ଏକ ଭିନ୍ନ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜକ ଏବଂ ନିର୍ଦେଶକ କହିଛନ୍ତି ।
ସିନେମା ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅଜୟ ରାଉତ । ନିର୍ଦେଶନା ଦେଇଛନ୍ତି ତାପସ ସରଘରିଆ ।
ଡିଓପି ପ୍ରତାପ ରାଉତ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ଗୀତ ରଚନା ସୂର୍ଯ୍ୟ ମହାପାତ୍ର କରିଥିଲା ବେଳେ ତାକୁ ସଙ୍ଗୀତରେ ଅତି ସୁନ୍ଦର ଭାବେ ସଜାଇଛନ୍ତି ଗୁଡଲି ରଥ ।
ଗୀତଗୁଡ଼ିକୁ ଗାଇଛନ୍ତି ହୁ୍ୟମାନ୍ ସାଗର, ଲିପ୍ସା ମହାପାତ୍ର ଓ ଅନ୍ତରା ଚକ୍ରବର୍ତ୍ତୀ । ନୃତ୍ୟ ନିର୍ଦେଶନା ଦେଇଛନ୍ତି ଓଲିଉଡର ଅନ୍ୟତମ ଶ୍ରେଷ୍ଠ କୋରିଓଗ୍ରାଫର୍ ଗିରିଶ୍ ମହାନ୍ତି ।
ଏ ପୂରା ଟିମ୍ ପକ୍ଷରୁ ନିବେଦନ ‘ଶ୍ରୀକ୍ଷେତ୍ର’ ଦର୍ଶନ କରିବାକୁ ଆଦୌ ଭୁଲିବେ ନାହିଁ ।
ଲୋକାଲ ୱାୟାର
Leave a Reply