ଭୁବନେଶ୍ୱର, ଫେବ୍ରୁଆରୀ ୩(ଲୋକାଲ ୱାୟାର): ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥଙ୍କ ଘରେ ସିବିଆଇ ବୁଧବାର ଚଢ଼ାଉ କରିଥିବା ବେଳେ ତାଙ୍କ ଘରୁ ୧ କୋଟି ୧୯ ଲକ୍ଷ ୧୯ ହଜାର ୫୮୫ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି ।
ସିବିଆଇର ୫ ଜଣିଆ ଟିମ୍ ଶ୍ରୀ ରଥଙ୍କ ଭୁବନେଶ୍ୱର କୋଳଥିଆସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ।
ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ୨ଟି ଦାମୀ କାର୍, ୨ଟି ବାଇକ୍, ୪୦ ଗ୍ରାମ୍ ସୁନା ଓ ରୁପା ଅଳଙ୍କାର, ୨ଟି ପ୍ଲଟ୍, ୩ ମହଲା ଘର, ୨୦ ଲକ୍ଷର ବୀମା, ୨୫ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି ।
ଆସନ୍ତାକାଲି ମଧ୍ୟ ଚଢ଼ାଉ ପରେ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ବଢ଼ିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply