ଭୁବନେଶ୍ୱର, ଅଗଷ୍ଟ ୧୩(ଲୋକାଲ ୱାୟାର): ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି’ ବୃଦ୍ଧି ପରେ ରାଜ୍ୟରେ ଅଭିଭାବକ ମହାସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ଜାହିର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଫି’ ପ୍ରତ୍ୟାହାର କରିବାକୁ ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ।
ନବୀନ ଚିଠିରେ ଲେଖିଛନ୍ତି, ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପଛୁଆ ପିଲାଙ୍କ ପାଇଁ ସିବିଏସଇ ଅଧୀନରେ ୨୦୦ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିଛନ୍ତି ।
ଏହି ପରିପ୍ରେକ୍ଷୀରେ ଏତେ ଟଙ୍କା ଫି’ ଦେବା ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷେ କଷ୍ଟକର ହେବ ।
ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଏହି ନିଷ୍ପତ୍ତି ଉପରେ ନିଜେ ହସ୍ତକ୍ଷେପ କରି ଫି’ ହ୍ରାସ କରିବାକୁ ପଦକ୍ଷେପ ନିଅନ୍ତୁ ।
ଲୋକାଲ ୱାୟାର
Leave a Reply