ଭୁବନେଶ୍ୱର, ଜୁନ୍ ୨୫ (ଲୋକାଲ ୱାୟାର) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଥିବା ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ।
ସେ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କେତେକ ବିଷୟର ପରୀକ୍ଷା ବାତିଲ କରାଯାଇଥିଲା ।
ପରେ ଏହି ପରୀକ୍ଷା ଜୁଲାଇ ୧ ରୁ ୧୫ ମଧ୍ୟରେ ହେବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଥିଲା ।
ତେବେ ଦିଲ୍ଲୀ, ମହାରାଷ୍ଟ୍ର ଓ ଓଡ଼ିଶାରେ କରୋନା ସଂକ୍ରମଣ ଜାରି ରହିଥିବାରୁ ଏହି ପରୀକ୍ଷ କରାଯିବା ସମ୍ଭବ ନୁହେଁ ।
ଏସବୁ ପରୀକ୍ଷାକୁ ବାତିଲ କରାଯାଇଛି । ଅବଶିଷ୍ଟ ବିଷୟରେ ଗତ ୩ଟି ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ନମ୍ବର ଅଧାରରେ ମୂଲ୍ୟାଙ୍କନ କରାଯିବ ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply