ଭୁବନେଶ୍ୱର, ଅକ୍ଟୋବର ୧୫ (ଲୋକାଲ ୱାୟାର) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଣ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫର୍ମ ପୂରଣ ଅବଧି ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଛି ।
ଏହାରି ମଧ୍ୟରେ ବିନା ଜୋରିମାନାରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରାଇ ନେବାକୁ ସିବିଏସ୍ଇ ପକ୍ଷରୁ କୁହାଯାଇଛି ।
୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ସେପ୍ଟେମ୍ବର ୭ରୁ ଫର୍ମ ପୂରଣ ଚାଲିଛି ।
ଫର୍ମ ପୂରଣ ଶେଷ ତାରିଖ ଅକ୍ଟୋବର ୧୫ରେ ଥିଲା । ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦାବି ସିବିଏସ୍ଇ ବିଚାରକୁ ନେଇ ଫର୍ମ ପୂରଣ ଅବଧି ବୃଦ୍ଧି କରିଛି ।
ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ ଫର୍ମ ପୂରଣ କରି ପାରିନଥିବା ବିଦ୍ୟାର୍ଥୀ ଚାହିଁଲେ ୨ ହଜାର ଟଙ୍କା ଜୋରିମାନା ଦେଇ ଫର୍ମ ପୂରଣ କରିପାରିବେ ।
ଏଥିପାଇଁ ନଭେମ୍ବର ପହିଲାରୁ ୭ ତାରିଖ ସମୟ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply