ଭୁବନେଶ୍ୱର, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ଓଡ଼ିଶା ୧୯୩୬ ମସିହାରେ ପ୍ରଥମେ ଭାଷା ଭିତିକ ରାଜ୍ୟ ଭାବେ ଗଠନ ହୋଇଥିଲେ ମଧ୍ୟ ବିଛିନ୍ନାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ରହୁଥିବା ବହୁ ଓଡିଆ ନିଜ ମାତୃଭାଷାରେ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଶ୍ୱ ମାତୃଭାଷା ଦିବସ କାର୍ଯ୍ୟକ୍ରମରେ ଅଧକ୍ଷତା କରି ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି ।
ଝାଡ଼ଖଣ୍ଡ ରାଜ୍ୟ ସରକାର ୨୦୧୧ ମସିହାରୁ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ଦେଇଥିବା ବେଳେ ୫୦ ଭାଗରୁ ଅଧିକ ଓଡିଆ ବସ ବାସ କରୁଥିବା ଛତିଶଗଡ ରାଜ୍ୟରେ ଆଜି ପର୍ଯ୍ୟନ୍ତ ଓଡିଆକୁ ଦ୍ୱିତୀୟ ରାଜଭାଷା ଭାବେ ଗ୍ରହଣ କରାଯାଇ ନାହିଁ ।
ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ଓଡ଼ିଆ ମାନଙ୍କ ଅବସ୍ଥା ବହୁତ ଖରାପ । ବିଶ୍ୱ ମାତୃଭାଷା ଦିବସ ଅବସରରେ ବିଛିନ୍ନାଞ୍ଚଳ ଓ ସୀମାନ୍ତରେ ରହୁଥିବା ଓଡ଼ିଆ ମାନଙ୍କୁ ନିଜ ମାତୃଭାଷାରେ ଶିକ୍ଷାଦାନ ପାଇଁ ସୁଯୋଗ ଦିଆଯାଉ ବୋଲି ଉକ୍ରଳ ସମ୍ମିଳନୀ ଦାବି କରିଛି ।
ବୈଠକରେ ଉପଦେଷ୍ଟା ନିମାଇଁ ଚରଣ ଦାସ, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ଓ ପ୍ରତାପ କୁମାର ସ୍ୱାଇଁ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ଓ ପ୍ରସନ୍ନ କୁମାର ରଥ ଆଦି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।
ଲୋକାଲ ୱାୟାର
Leave a Reply