ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ଶନିବାର ଓଡ଼ିଆ ହିରୋ ଦୀପକ କୁମାରଙ୍କ ଜନ୍ମଦିନ ଥିଲା ।
ସେ ଜନ୍ମଦିନକୁ ନିଜ ନୂଆ ଫିଲ୍ମ ‘ଏଇ ବୋଧେ ଭଲ ପାଇବା’ର ଟିମ୍ ସହ ପାଳନ କରିଛନ୍ତି । ସୁଟିଂ ସେଟରେ କେକ୍ କାଟି ଉତ୍ସବ ମନାଇଛନ୍ତି ।
ଦୀପକଙ୍କ ଏହି ଜନ୍ମଦିନକୁ ମନଭରି ଉପଭୋଗ କରିଥିଲା ପୂରା ଟିମ୍ । ଏଥିରେ ଫିଲ୍ମର ପ୍ରଯୋଜକ ଆଲେକଜାଣ୍ଡର ଦାସ, ସିଦ୍ଧାର୍ଥ ପାତ୍ର, ନିଦେ୍ର୍ଦଶକ ସୁଧାକର ବସନ୍ତ, ଅଭିନେତ୍ରୀ ଅନୁଭା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଦୀପକ କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ ଆଉ ଅନ୍ୟ ସଦସ୍ୟମାନେ କେକର କ୍ରିିମକୁ ଦୀପକଙ୍କ ମୁହଁରେ ବୋଳିଦେଇଥିଲେ ।
ଏହି ଖୁସିକୁ ଦ୍ୱିଗୁଣ କରିବା ପାଇଁ ଦୀପକ ନିଜ ହୋମ୍ ପ୍ରଡକ୍ସନ୍ ବ୍ୟାନରରେ ପ୍ରଥମ କରି ନିର୍ମାଣ କରିଥିବା ଫିଲ୍ମ ‘ପଲ୍ ପଲ୍ ତତେ ଚାହେଁ’ର ଟ୍ରେଲର୍ ରିଲିଜ୍ କରିଛନ୍ତି ।
ହଲ୍ ଖୋଲିଲେ ସିନେମାଟି ରିଲିଜ୍ ହେବ ବୋଲି ଦୀପକ କହିଛନ୍ତି । ଏହି ସିନେମାର ପ୍ରଯୋଜନା ଭାର ସମ୍ଭାଳିବା ସାଙ୍ଗକୁ ନାୟକ ଭୂମିକାରେ ଦୀପକ ଅଭିନୟ କରିଛନ୍ତି ।
ଲୋକାଲ ୱାୟାର
Leave a Reply