ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ମାଉସୀ ଭାବେ ଘରେ ଘରେ ପରିଚିତ ଓଲିଉଡ ଅଭିନେତ୍ରୀ ସ୍ମିତା ମହାନ୍ତି ।
ଅଭିନୟ ଜୀବନ ଯାତ୍ରାରେ ଅନେକ ସିନେମା ଓ ସିରିଏଲରେ କାମ କରିଥିବା ଏହି ଅଭିନେତ୍ରୀ ଏବେ ଆଉ ଏକ ନୂଆ ସିନେମା ନିର୍ମାଣରେ ବ୍ୟସ୍ତ ଅଛନ୍ତି ।
ଯାହାର ସୁଟିଂ ସେଟର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଜୀସାର୍ଥକରେ ପ୍ରସ୍ତୁତ ହେଉଛି ସିନେମା ‘ତୁ ମୋର ସାଥୀରେ’ ।
ସେଥିରେ ପୂରା ବ୍ୟସ୍ତ ଅଛନ୍ତି ସ୍ମିତା । କିନ୍ତୁ ସୁଟିଂ ସେଟରେ ଫୁଲ୍ ମଜା କରୁଛନ୍ତି । ସିନେମାରେ ମ୍ୟୁଜିକ ଭିଡିଓ ଷ୍ଟାର୍ ଶୈଳେନ୍ଦ୍ର, ନାୟିକା ଦିବ୍ୟା, ତୃପ୍ତି ସିହ୍ନା, ଅଶ୍ରୁମୋଚନ ମହାନ୍ତି, ସୋମା ଭୌମିକ ଓ ଅନ୍ୟମାନେ ରହିଛନ୍ତି ।
ସିନେମାରେ ସ୍ମିତା ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୋସନ ପିକଚର ବ୍ୟାନରରେ ନିର୍ମିତ ଏହ ସିନେମାର ନିଦେ୍ର୍ଦଶନା ଦେଉଛନ୍ତି ରାଜା ଡି ।
ସ୍ମିତାଙ୍କ ଏହି ସିନେମା ସହିତ ସେ ଆଉ ଏକ ସିନେମାରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଆସୁଛନ୍ତି । ଯାହା ମୁକ୍ତିଲାଭ ଅପେକ୍ଷାରେ ରହିଛି । ସିନେମାଟି ହେଲା, ‘ବାଳୀ’ । ଏହା ପୂର୍ବରୁ ସେ ସିନେମା ‘ଫ୍ରମ୍ ମିଟୁ ୟୁ’ରେ ନଜର ଆସିଥିଲେ ।
ଲୋକାଲ ୱାୟାର
Leave a Reply