ଭୁବନେଶ୍ୱର, ନଭେମ୍ବର ୨୫ (ଲୋକାଲ ୱାୟାର) : ଓଡ଼ିଶାରେ ଦ୍ୱିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣଙ୍କୁ ଚିଠି ଲେଖି ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରସ୍ତାବ ଦେଇଛନ୍ତି ।
ସୁନ୍ଦରଗଡ଼ରେ ୨ୟ ଏମ୍ସ ପାଇଁ ଭିତ୍ତିଭୂମି ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ଓ ଏନ୍ଟିପିସି ସହଭାଗିତାରେ ଜିଲ୍ଲାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ନିର୍ମାଣ ହୋଇଛି ।
ତେଣୁ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଏଠାରେ ଆବଶ୍ୟକ ଭିତ୍ତିଭୂମି ରହିଛି ।
ବିହାରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ବିଚାର କରୁଥିବାରୁ କେନ୍ଦ୍ରକୁ ଏହି ପ୍ରସ୍ତାବ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଭୁବନେଶ୍ୱରରେ ଗୋଟିଏ ଏମ୍ସ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି ।
ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରୋଗୀ ଚିକିତ୍ସା ସୁବିଧା ପାଇପାରିବେ ।
ଲୋକାଲ ୱାୟାର
Leave a Reply