ବ୍ରହ୍ମପୁର, ଏପ୍ରିଲ ୩୦(ଲୋକାଲ ୱାୟାର): ଗୁଜରାଟରୁ ସୁରଟରୁ ଶତାଧିକ ପ୍ରବାସୀ ଓଡ଼ିଆ ୪ଟି ବସରେ ଆସି ବୁଧବାର ମଧ୍ୟରାତ୍ରରେ ଭଞ୍ଜନଗରରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ପୁଲିସ ଏସକର୍ଟ ମଧ୍ୟରେ ୪ଟି ବସ୍ ଭଞ୍ଜନଗରରେ ପହଞ୍ଚିଥିଲା । ବସ୍ ୪ଟିକୁ ସେଠାରୁ ଧରାକୋଟ ଓ ଶେରଗଡ଼ ନିଆଯାଇଥିଲା ।
ସ୍ଥାନୀୟ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି ।
ଉଲ୍ଲେଖଯୋଗ୍ୟ, ସୁରଟରୁ ଫେରିଥିବା ଲୋକମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପୂର୍ବରୁ ଜିଲ୍ଲାପାଳ ବିଜୟ ଅମୃତ କହିଥିଲେ ।
ବିଗତ ତିନି ଦିନ ମଧ୍ୟରେ ସୁରଟରୁ ପ୍ରାୟ ୧୧ଟି ବସରେ ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।
ଲୋକାଲ ୱାୟାର
Leave a Reply