ବ୍ରହ୍ମପୁର, ଏପ୍ରିଲ ୨୭(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାକୁ ଚେନ୍ନାଇରୁ ଗତ ତିନି ଦିନ ମଧ୍ୟରେ କେତେକ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଡଙ୍ଗାରେ ଆସିବା ପରେ ସୋମବାର ଗୁଜରାଟର ସୁରଟରୁ ୪ଟି ବସରେ ପ୍ରାୟ ୨୫୦ ଶ୍ରମିକ ଆସୁଥିବା ଜିଲ୍ଲା ପ୍ରଶାସନ ପହିଛି ।
ଆସୁଥିବା ଶ୍ରମିକମାନେ ନିଜ ହାତରୁ ଖର୍ଚ୍ଚ କରି ବସ୍ ଭଡ଼ା କରି ଆସୁଛନ୍ତି । ସୁରତ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି ।
ଉଭୟ ପ୍ରଶାସନ ବସ୍ ଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପ୍ରାୟ ୪୦ ଘଣ୍ଟା ପରେ ବସ୍ ଗୁଡ଼ିକ ବ୍ରହ୍ମପୁରରେ ପହଞ୍ଚିବ ।
ଏହି ବସଗୁଡ଼ିକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଶ୍ରମିକ ଅଛନ୍ତି ।
ତେବେ ଶ୍ରମିକମାନେ ପହଞ୍ଚିବା ପରେ ନିୟମ ଅନୁଯାୟୀ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ସମସ୍ତେ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କହିଛନ୍ତି ।
ଲୋକାଲ ୱାୟାର
Leave a Reply