ସୁରତ, ଜାନୁଆରୀ ୪(ଲୋକାଲ ୱାୟାର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରି ସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀ ଓଡ଼ିଆଙ୍କ ସମେତ ଲକ୍ଷାଧିକ ପ୍ରବାସୀଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର ।
ଆଜି ଲୋକାର୍ପିତ ହୋଇଯାଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂ ରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମ ପ୍ରଦାନ କରିବ ।
ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ ।
ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତ ହୋଇପାରିବେ ।
ଲୋକାଲ ୱାୟାର
Leave a Reply