ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ଶାନ୍ତିସେନା ପବ୍ଲିକେଶନ୍ସ ପକ୍ଷରୁ ଶାନ୍ତିସେନା ପୁସ୍ତକ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ନାବାର୍ଡର ଅବସରପ୍ରାପ୍ତ ଅଧିକାରୀ ସୁଧୀର କୁମାର ମିଶ୍ରଙ୍କ ପୁସ୍ତକ ‘ସେକ୍ସପିୟର୍ କେ ଶ୍ରେଷ୍ଠ ସନେଟ୍ ଔର୍ ବିଶ୍ୱ କି ଲୋକପ୍ରିୟ କବିତାଏଁ’ ପାଠକାର୍ପିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତି୍ୟକ ଦାଶ ବେନହୁର ମୁଖ୍ୟ ବକ୍ତା, ପୂର୍ବତନ ଆୟକର କମିଶନର ଶରତ ଦାଶ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ରାମନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରଫେସର ରାଧାକାନ୍ତ ମିଶ୍ର, ପ୍ରଫେସର ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ପ୍ରଫେସର ଅଜୟ କୁମାର ପଟ୍ଟନାୟକ ପୁସ୍ତକର ସମୀକ୍ଷା କରିଥିଲେ ।
ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ଶେଷରେ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply