ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସେଣ୍ଟର ଅଫ୍ ଏକ୍ସିଲେନ୍ସ ହେବ ବୋଲି ବିଶ୍ୱବିଦ୍ୟାଳୟର ୨୨ ତମ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ।
ଶ୍ରୀ ଦାସ କହିଛନ୍ତି, ମହିମା ଧର୍ମ, ଭୀମଭୋଇ ଏବଂ ସାରଳା ଦାସଙ୍କ ଉପରେ ଅଧିକ ଗବେଷଣା ହେବା ଜରୁରି ।
କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଓଡ଼ିଶାର ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରଚାର ଓ ପ୍ରସାର ପାଇଁ ଗବେଷଣା ଦିଗରେ କାର୍ଯ୍ୟ କରିବ ବିଶ୍ୱବିଦ୍ୟାଳୟ ।
ଯାହାଦ୍ୱାରା ସାଂସ୍କୃତିକ ବିକାଶ ଧାରା ଅଧିକ ତ୍ୱରାନ୍ୱିତ ହୋଇପାରିବ । ସଭାରେ ସଭାପତିତ୍ୱ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଲେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଶିକ୍ଷାଦାନ କରାଯିବା ସହ ଏହା ଉପରେ ଅଧିକ ଗବେଷଣା କରାଯିବ ।
ଆସନ୍ତା ୧୩ରେ ଏକାଡେମିକ କାଉନସିଲ୍ ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ଗ୍ରହଣ କରାଯିବ ।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ ଅଧିକ ଆଲୋଚାନଚକ୍ର ଅନୁଷ୍ଠିତ ହେବ ବୋଲି କହିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ନୁ୍ୟଜଲେଟର୍ ‘ସଂସ୍କୃତି’ ଏବଂ ଚିତ୍ରକଳା(ଦୃଶ୍ୟକଳା) ବିଭାଗର କାଟାଲଗ୍ ‘ସୃଷ୍ଟି’ ଉନ୍ମୋଚିତ ହୋଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ନାତକୋତ୍ତର ବିଭାଗ ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଶେଷରେ ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଦେଇଥିଲେ ।
ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷଙ୍କ ଦ୍ୱାରା ‘ବନେ୍ଦ ଉତ୍କଳ ଜନନୀ’ ପାରମ୍ପରିକ ସଙ୍ଗୀତ ଗାନ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply