ଭୁବନେଶ୍ୱର, ଅଗଷ୍ଟ ୧୬ (ଲୋକାଲ ୱାୟାର) : ଆସନ୍ତା ସେପ୍ଟେମ୍ବର ୩୦ ପୂର୍ବରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରବିବାର କହିଛନ୍ତି ।
ଅଧିବେଶନ କେଉଁଠି ବସିବ ସେ ନେଇ ଏ ଯାଏ ନିର୍ଦ୍ଧାରିତ ହୋଇ ନଥିବା ବାଚସ୍ପତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଧିବେଶନ କେମିତି ଚାଲିବ, ସେନେଇ ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି ।
ଅଧିବେଶନରେ ସରକାରଙ୍କ ସମସ୍ତ କୋଭିଡ୍ ନିୟମ ମାନିବାକୁ ପଡ଼ିବ ।କୋଭିଡ୍ ନିୟମ ନେଇ କର୍ଣ୍ଣାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply