କଟକ,ଏପ୍ରିଲ ୨୫(ଲୋକାଲ ୱାୟାର): ବିଶ୍ବ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଜାରି ହୋଇଥିବା ଲକ ଡାଉନ ବେଳେ ସାଧାରର ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ବଞ୍ଚିବା ପାଇଁ ଖାଦ୍ୟ ପ୍ରସ୍ତୁତିରେ ଆବଶ୍ୟକ ଜାଳେଣୀ ଗ୍ୟାସ ଘରେ ଘରେ ପହଞ୍ଚାଉଥିବା ଯେଗାଣକାରୀ ହିଁ ହେଉଛନ୍ତି ଅନ୍ୟତମ ଯୋଦ୍ଧା ବୋଲି ଶନିବାର ଦିନ କହିଛନ୍ତି ଜଣେ ଗୃହିଣୀ ସୌଭାଗିନୀ ପାତ୍ର ।
ଲକ ଡାଉନ ଓ ସଟ ଡାଉନ ବା କ୍ବାରେଣ୍ଟାଇନ ଜୋନରେ ରହୁଥିବା ଲୋକଙ୍କୁ ସେମାନଙ୍କ ଦୈନନ୍ଦିନର ଆବଶ୍ୟକ ସାମଗ୍ରୀ ଯୋଗାଡ କରିବା କଷ୍ଟକର ହେଉଥିବା ବେଳେ ଫୋନ ମାଧ୍ୟମରେ ଗ୍ୟାସ ବୁକ କଲେ କି ଖରା କି ବର୍ଷା ସବୁ ସମୟରେ ,ପରିକି ସଂକ୍ରମଣର ଭୟ ରହିଥିବା ବେଳେ ମଧ୍ୟ ଘର ଦୁଆର ମୁହଁରେ ରନ୍ଧନ ଗ୍ୟାସ ପହଞ୍ଚିଯାଉଛି।
ଏଥିପାଇଁ କରୋନା ବିରୋଧି ଲଢେଇରେ ଗ୍ୟାସ ଯୋଗାଣକାରୀଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି।
ଅନ୍ୟପକ୍ଷରେ ଲକଡାଉନ ସମୟରେ ଘରେ ଗ୍ୟାସ ପହଞ୍ଚାଇବା ପରେ ଉପଭୋକ୍ତାଙ୍କ ମୁହଁରେ ଦେଖାଯାଉଥିବା ଖୁସିର ମୂଲ୍ୟ ବହୁତ ଅଧିକ ବୋଲି କହିଛନ୍ତି ବାୟାବାବା ଗ୍ୟାସ ଏଜେନ୍ସିର ପ୍ରୋପାଇଟର ପ୍ରଦୀପ୍ତ ରଞ୍ଜନ ଦାସ ।
ସେ କହିଛନ୍ତି ଯେ କରୋନା ବିପତ୍ତି ସମୟରେ ବି ନୀରବଚ୍ଛିନ ଭାବେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି।
ଖାଲି ସେତିକି ନୁହେଁ ସମସ୍ତ ବିତରକଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇ ସର୍ବଦା ସାମାଜିକ ଦୂରତା ରକ୍ଷା କରିବା ଏବଂ ସତର୍କତା ପାଳନ କରିବାକୁ କୁହାଯାଇଛି ।
ଏପରିକି ପ୍ଲାଣ୍ଟରୁ ସିଲିଣ୍ଡର ଗୁଡିକ ଡିପୋକୁ ଆସିବା ସମୟରେ ପ୍ରଥମେ ଉକ୍ତ ସିଲିଣ୍ଡର ଗୁଡିକୁ ସାନିଟାଇଜ କରାଯାଇ ପରେ ବିତରଣ କରାଯାଉଛି ।
ଲୋକାଲ ୱାୟାର
Leave a Reply