ଭୁବନେଶ୍ୱର, ଏପ୍ରିଲ ୨୧(ଲୋକାଲ ୱାୟାର): ପବିତ୍ର ରାମନବମୀ ଅବସରରେ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ଆମ ସେଲିବ୍ରିଟି ।

ଅଭିନେତା ସ୍ୱରାଜ ପ୍ରଭୁ ଶ୍ରୀରାମ ଏବଂ ଅଭିନେତ୍ରୀ ଶିବାନୀ ମାତା ସୀତାଙ୍କ ବେଶରେ ଗୈରିକ ବସ୍ତ୍ର ପିନ୍ଧି ନଜର ଆସିଛନ୍ତି ।

ଦୁହିଁଙ୍କର ଏ ଫଟୋ ପିଲାବେଳର । ଯେତେବେଳେ ସେମାନେ ଶିଶୁ କଳାକାର ହୋଇ ପରଦାକୁ ଆସିଥିଲେ ଠିକ୍ ସେତେବେଳେର ।

ଆଜି ଏହି ସୁଯୋଗକୁ ଦେଖି ସ୍ୱରାଜ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଏହା ୨୦୧୩ ମସିହାରେ ‘ତୋ ଅଗଣାର ତୁଳସୀ ମୁଁ’ ଧାରାବାହିକ ସୁଟିଂ ସମୟର ।

ସେହିପରି କୁନା ତ୍ରିପାଠୀ ମହାପ୍ରଭୁ ଶ୍ରୀରାମଙ୍କ ଫଟୋକୁ ପୋଷ୍ଟ କରି କିଛି ଶ୍ଲୋକ ଉଲ୍ଲେଖ କରିଛନ୍ତି ।

ନାୟିକା ଶୀତଲ ଭୁବନେଶ୍ୱର ରାମ ମନ୍ଦିର ଆଗରେ ଛିଡ଼ା ହୋଇ ରାମନବମୀ ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତ୍ରୀ ବର୍ଷା ଘରେ ପୂଜା କରିଥିଲା ବେଳେ ଅନୁଭବ ମନ୍ଦିର ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି ।

ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ କଣ୍ଠଶିଳ୍ପୀ ସୁସ୍ମିତା ଦାସ ରାମନବମୀର ଶୁଭେଚ୍ଛା ବାର୍ତ୍ତା ରଖିଛନ୍ତି ।

ଏଥିସହ ଅଭିନେତ୍ରୀ ଦେବଯାନୀ, ଛନ୍ଦିତା, କଣ୍ଠଶିଳ୍ପୀ ଦୀପ୍ତିରେଖା ଏବଂ ଓଲିଉଡ ଦମ୍ପତି ରୁଦ୍ର-ଜିନା, ସବ୍ୟାର୍ଚ୍ଚିତା ସୁନ୍ଦର ପୋଷାକ ପରିଧାନ କରି ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହ ସମସ୍ତ ପ୍ରଶଂସକଙ୍କୁ ରାମନବମୀରେ ଶୁଭେଚ୍ଛା ଆଉ ଶୁଭକାମନା ଜଣାଇଛନ୍ତି । ମାସ୍କ ପିନ୍ଧି ସବୁ ନିୟମ ମାନି କରୋନା ସହ ଲଢ଼ିବାକୁ ନିବେଦନ କରିଛନ୍ତି ।

ଲୋକାଲ ୱାୟାର