ବରଗଡ଼, ଅଗଷ୍ଟ ୨୦(ଲୋକାଲ ୱାୟାର): ବରଗଡ଼ ଜିଲ୍ଲାର ନୃସିହନାଥ ଠାରେ ଗୁରୁବାର ବୁଲିବାକୁ ଯାଇଥିବା ୨ ଜଣ ଯୁବକ ସେଲଫି ନେବା ବେଳେ ଖସିପଡ଼ି ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ କହିଛି ।
ଗୁରୁବାର ସକାଳେ ପାଇକମାଳ ଥାନା ଅନ୍ତର୍ଗତ ଝିଟିକା ଗ୍ରାମର ତିନି ଜଣ ବନ୍ଧୁ ନୃସିଂହନାଥ ବୁଲିବାକୁ ଯାଇଥିଲେ ।
ତିନି ବନ୍ଧୁ ନୃସିହନାଥରେ କପିଳଧାର ଝରଣା ଉପରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ତଳକୁ ଖସି ପଡ଼ିଥିଲେ ।
ଖସି ପଡ଼ିଥିବା ଦୁଇ ଜଣ ହେଲେ କ୍ଷୀରୋଦ ସୋନି (୨୦) ଓ ବିଜୟ ମହାକୁଡ଼ (୧୮) ।
ଖବର ପାଇ ସ୍ଥାନୀୟ ପୁଲିସ ଓ ଜଙ୍ଗଳ ବିଭାଗ କର୍ମଚାରୀମାନେ ପହଞ୍ଚି ଦୀର୍ଘ ସମୟ ଖୋଜିବା ପରେ କ୍ଷୀରୋଦଙ୍କ ଶବ ଉଦ୍ଧାର କରିଥିଲେ ।
ରାତି ହୋଇଥିବାରୁ ବିଜୟଙ୍କ ମୃତଦେହ ଉଦ୍ଧାର ହୋଇପାରି ନଥିବା ପୁଲିସ କହିଛି ।
ଲୋକାଲ ୱାୟାର
Leave a Reply