• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ସୋକା ଗାକାଇର ଭର୍ଚ୍ଚୁଆଲ ‘ଶାନ୍ତି ସମ୍ମିଳନୀ’; ସାମିଲ ହେଲେ ଓଡ଼ିଶାରୁ ଅନେକ

ସୋକା ଗାକାଇର ଭର୍ଚ୍ଚୁଆଲ ‘ଶାନ୍ତି ସମ୍ମିଳନୀ’; ସାମିଲ ହେଲେ ଓଡ଼ିଶାରୁ ଅନେକ

August 25, 2020 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୨୫(ଲୋକାଲ ୱାୟାର): ସାରା ବିଶ୍ୱ ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀର ସାମ୍ନା କରୁଥିବା ବେଳେ ଏହା ମାନବ ସମାଜକୁ କ୍ଷତି ପହଞ୍ଚାଇଛି ।

ଯାହାକି ମାନବିକତା ଉପରେ କୁଠାରଘାତ କରିଛି । ଏହାକୁ ଆଖି ଆଗରେ ରଖି ଭାରତର ବୁଦ୍ଧିଜୀବୀମାନେ ବୌଦ୍ଧ ଦର୍ଶନ ଓ ଶାନ୍ତିର ବାର୍ତ୍ତାକୁ ନେଇ ବିଶ୍ୱ ପାଇଁ ଏକ ନୂତନ ମାର୍ଗ ଉନ୍ମୋଚନ କରିବାକୁ ଚେଷ୍ଟା କରିଛନ୍ତି ।

ମିଳିତ ଜାତିସଂଘକୁ ଦାଇସାକୁ ଇକେଡା ବାର୍ଷିକ ଶାନ୍ତି ପ୍ରସ୍ତାବ ପ୍ରଦାନ କରିଥିବା ବେଳେ ଏହି ଉଦ୍ଦେଶ୍ଯରେ ସୋକା ଗାକାଇ ପରିବାର ପକ୍ଷରୁ ଆୟୋଜନ କରାଯାଇଥିବା ଏକ ଭର୍ଚ୍ଚୁଆଲ୍ ଶାନ୍ତି ସମ୍ମିଳନୀରେ ଓଡ଼ିଶାରୁ ଅନେକ ସାମିଲ ହୋଇଥିଲେ ।

ଏସଜିଆଇର ଭାରତୀୟ ଶାଖା ଭାରତ ସୋକା ଗାକାଇ ଦ୍ୱାରା ପ୍ରଥମ ଥର ପାଇଁ ୱେବିନାର୍ ମାଧ୍ୟମରେ ଶାନ୍ତି ସମ୍ମିଳନୀର ଆୟୋଜନ କରାଯାଇଛି ।

ଇକେଡା କହନ୍ତି; ଯେଉଁମାନେ ଭୟଙ୍କର ବିପଦର ଅନ୍ଧାର ଭିତରେ ବଞ୍ଚନ୍ତି ସେମାନେ କୌଣସି ପ୍ରକାରେ ଆମଠାରୁ ଭିନ୍ନ ନୁହଁନ୍ତି ।

ତେଣୁ ସୁସ୍ଥ ଜୀବନଯାପନ ପାଇଁ ସଚେତନ ଭାବେ କୌଣସି ଜିନିଷକୁ ଅନୁସରଣ କରିବା ସହ ଯେକୌଣସି କାମ ପାଇଁ ପ୍ରଶଂସା କରିବା ଦରକାର ।

ଶାନ୍ତି ସମ୍ମିଳନୀରେ ଉପସ୍ଥିତ ଥିବା ବକ୍ତାମାନେ କହିଛନ୍ତି ବିଶ୍ୱସ୍ତରୀୟ ଏକତା ପାଇଁ ମାନବିକ ମୂଲ୍ୟବୋଧକୁ ପୁଣିଥରେ ଜାଗ୍ରତ କରିବା ଦରକାର ।

ବନସ୍ଥଳୀ ବିଦ୍ୟାପୀଠର କୂଳପତି ପ୍ରଫେସର ଆଦିତ୍ୟ ଶାସ୍ତ୍ରୀ କହିଛନ୍ତି ଆଜି ବିଶ୍ୱ ଏଭଳି ଯୁବକ/ଯୁବତୀମାନଙ୍କୁ ଆବଶ୍ୟକ କରୁଛି ଯେଉଁମାନେ ସତ୍ୟ, ପ୍ରେମ ଓ କରୁଣାର ମାନବିକ ମୂଲ୍ୟବୋଧକୁ ଗ୍ରହଣ କରନ୍ତି ।

ଆଖପାଖର ପରିବେଶ ପ୍ରତି ସଚେତନ ଥିବା ଯୁବକ, ସମ୍ବେଦନଶୀଳ, ସୌହାର୍ଦ୍ଦ୍ୟ ଓ ବିଶ୍ୱଶାନ୍ତିକୁ ପ୍ରୋତ୍ସାହିତ କରୁଥିବା ଯୁବକ ଏବେ ବିଶ୍ୱ ପାଇଁ ଦରକାର ।

ଏହି ଅବସରରେ ପ୍ରଫେସର ଆଦିତ୍ୟ ଶାସ୍ତ୍ରୀ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଏହା କିପରି ସମାଜର ଯେକୌଣସି ଦୂରତାକୁ ଦୂର କରିବାରେ ସାହାଯ୍ୟ କରିପାରିବ ସେ ଉପରେ ବର୍ଣ୍ଣନା କରିଥିଲେ ।

ଇକେଡା ନିଜର ଶାନ୍ତି ପ୍ରସ୍ତାବରେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୂ ପରିବର୍ତ୍ତନ ଭଳି ସମସ୍ୟାର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱ ଏକ ପବିତ୍ର ଓ ସାମଗ୍ରିକ ଉପାୟ ଅବଲମ୍ବନ କରିବା ଦରକାର ।

ଯାହାକି ଲୋକଙ୍କୁ ସେମାନଙ୍କର ଦୀର୍ଘଦିନର ଅଭ୍ୟାସ ଛାଡିବାକୁ ବାଧ୍ୟ କରିଥାଏ ।

ଏହି ଚିନ୍ତାଧାରାକୁ ଅନୁଧ୍ୟାନ କରି ପୂର୍ବତନ ରାଷ୍ଟ୍ରଦୂତ ତଥା ଇଣ୍ଡିଆନା ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜେନ୍ଦ୍ର ଅଭୟଙ୍କର କହିଛନ୍ତି କେବଳ ଏକ ସହଭାଗୀ ସଙ୍କଟ; ଦେଶ ଓ ଲୋକଙ୍କ ପାଇଁ ମିଳିତ ଭାବେ କାର୍ଯ୍ୟ କରିବ ।

ପ୍ରଭାବିତ ଲୋକଙ୍କ ପାଇଁ ଇକେଡାଙ୍କ ଚିନ୍ତାକୁ ଅନୁଶୀଳନ କରି ଇଣ୍ଡିଆନ୍ କ୍ଲାଇମେଟ କୋଲାବୋରେଟିଭର ନିର୍ଦ୍ଦେଶକ ତଥା ସଷ୍ଟେନେବିଲିଟିର ମୁଖ୍ୟ ଶ୍ଳୋକା ନାଥ କହିଛନ୍ତି ଉଦ୍ଦେଶ୍ଯମୂଳକ ପରିବର୍ତ୍ତନ ଏକ ସହଭାଗୀ ଦୃଷ୍ଟିକୋଣ ଓ ଲକ୍ଷ୍ୟ ଆବଶ୍ୟକ କରେ ।

ବିଏସଜି ଅଧ୍ୟକ୍ଷ ବିଶେଷ ଗୁପ୍ତା କହିଛନ୍ତି ପରିବର୍ତ୍ତନ ଆଣିବା ପାଇଁ ଯୁବକମାନଙ୍କୁ ସଚେତନ ଓ ସମ୍ବେଦନଶୀଳ କରିବା ଖୁବ୍ ଜରୁରୀ ।

ଯୁବକମାନେ ହିଁ ପ୍ରକୃତ ପରିବର୍ତ୍ତନକାରୀ ଓ ଶାନ୍ତି ପ୍ରତିଷ୍ଠାକାରୀ । ସେମାନଙ୍କ ଶକ୍ତି ଓ ଅଦମ୍ୟ ଉତ୍ସାହ ସମଗ୍ର ମାନବବାଦର ଅଭିବୃଦ୍ଧି ଓ ବିକାଶର ରାସ୍ତାକୁ ପ୍ରଶସ୍ତ ଓ ପ୍ରଜ୍ୱଳିତ କରିପାରେ ।

ଲୋକାଲ ୱାୟାର

ସୋକା ଗାକାଇ ଇ ରନ୍ୟାସ୍ନାଲ୍ର ସଭାପତି ଦାଏସାକୁ ଇକେଡା ଏକଧାରାରେ ଜଣେ ଶାନ୍ତି ପ୍ରତିଷ୍ଠାକାରୀ, ଦାର୍ଶନିକ ଓ ପ୍ରବୀଣ ଲେଖକ । ସେ ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩୯୫ ସମ୍ମାନଜନକ ଡକ୍ଟରେଟ ପ୍ରାପ୍ତ କରିଛନ୍ତି ।

ଭାରତରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ରବୀନ୍ଦ୍ରଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ହିମାଚଳପ୍ରଦେଶ ବିଶ୍ୱବିଦ୍ୟାଳୟ, ଭାରତୀଦାଶନ ବିଶ୍ୱବିଦ୍ୟାଳୟ ଓ ମାନବରଚନା ବିଶ୍ୱବିଦ୍ୟାଳୟରୁ ୧୮ଟି ସମ୍ମାନଜନକ ଏକାଡେମିକ ଡକ୍ଟରେଟ ପୁରସ୍କାର ପ୍ରାପ୍ତ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire