କଟକ, ଡିସେମ୍ବର ୧୯(ଲୋକାଲ ୱାୟାର): କଟକ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ କାରଖାନା ଏବଂ ଗୋଦାମ ଗୋଟିଏ ପରେ ଗୋଟିଏ ଠାବ ହେଉଥିବା ବେଳେ ଏବେ ସୋୟାବିନରେ ପୋକରା ଚାଉଳ ଓ ରାସାୟନିକ ସାର ମିଶାଯାଉଥିବା ଘଟଣା ପଦାକୁ ଆସିଛି ଜଗତପୁରରେ ।
ପୁଲିସ ଜଗତପୁର ଶିଳ୍ପାଞ୍ଚଳ ଫେଜ୍-୨ ଠାରେ ବହୁ ବର୍ଷ ଧରି ଚାଲୁଥିବା ଆରଏମ୍ ମିଲସ୍ ନାମକ ସୋୟାବିନ୍ କାରଖାନାରେ ଚଢ଼ାଉ କରିବା ବେଳେ ଏହା ସମ୍ପୂର୍ଣ୍ଣ ନକଲି ସୋୟାବିନ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।
ଚଢ଼ାଉ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୋୟାବିନ୍ ବଡ଼ି ସମେତ ବିପୁଳ ପୋକରା ଚାଉଳ ଗୁଣ୍ଡ ଓ ରାସାୟନିକ ସାର ଜବତ ହୋଇଛି ।
ପୁଲିସ କାରଖାନାକୁ ସିଲ୍ କରିବା ସହ ମାଲିକ ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି ।
ଲୋକାଲ ୱାୟାର
Leave a Reply