ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): ଅର୍କକ୍ଷେତ୍ର କୋଣାର୍କ ସୌରଶକ୍ତି ଆଲୋକରେ ଝଲସିବ ଏବଂ ଏଥିପାଇଁ କଳାହାଣ୍ଡିରେ ଏକ ୧୦ ମେଗାୱାଟ ଶକ୍ତିର ସୌରପ୍ଲାଣ୍ଟ ପ୍ରତିଷ୍ଟା କରାଯିବ ବୋଲି ଶୁକ୍ରବାର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ କୁହାଯାଇଛି ।
୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୋଣାର୍କ ଐତିହ୍ୟ ଓ ବୈଷୟିକ ଜ୍ଞାନର ଏକ ଯୁଗଳବନ୍ଦୀ ଭାବେ ବିଶ୍ୱକୁ ପ୍ରଦର୍ଶିତ କରିପାରିବ ।
କଳାହାଣ୍ଡିରେ ଉତ୍ପାଦିତ ବିଦୁ୍ୟତ ଶକ୍ତି ପୁରୀ ଶ୍ରୀମନ୍ଦିରକୁ ଯୋଗା ଯାଉଥିବା ବେଳେ କୋର୍ଣାକ ପାଇଁ ସୌରଶକ୍ତି ଉତ୍ପାଦନ କରିବା ଜିଲ୍ଲା ସକାଶେ ଗୌରବର ବିଷୟ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରସ୍ତାବିତ ୧୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପ ନିମନ୍ତେ କଳାହାଣ୍ଡିର ଜୁନାଗଡ଼ଠାରେ ସରକାରୀ ଜମି ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଗୱାଲୀ କହିଛନ୍ତି ।
କୋଣାର୍କକୁ ବିଶ୍ୱସ୍ତରୀୟ ସହର ଭାବେ ଗଢ଼ି ତୋଳିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବା ସହିତ ବର୍ଜ୍ୟରୁ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ ।
ଲୋକାଲ ୱାୟାର
Leave a Reply