ଭୁବନେଶ୍ୱର, ମାର୍ଚ୍ଚ ୨୯ (ଲୋକାଲ ୱାୟାର) : ରାଜ୍ୟ ତଥା ରାଜ୍ୟ ବାହାରର ଦିନମଜୁରିଆମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ,କଲେଜ ଓ ହଷ୍ଟେଲଗୁଡ଼ିକରେ ରହିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ବିଭାଗ ଟ୍ୱିଟ କରି ଜଣାଇଛନ୍ତି ।
https://twitter.com/HFWOdisha/status/1243929183366950918?s=09
ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ପ୍ରମୁଖ ସଚିବ ଚିଠି ଲେଖିଛନ୍ତି ।
ଲକ୍ ଡ଼ାଉନ୍ ଶେଷ ହେବା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡ଼ିକରେ ସାମାଜିକ ଦୂରତା ନିତି ଅବଲମ୍ବନ ପୂର୍ବକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି ।
କରୋନା ଲକ୍ ଡାଉନ୍ ପାଇଁ ଏବେ ସ୍କୁଲ କଲେଜ ଗୁଡ଼ିକ ବନ୍ଦ ରହିଛି ।
ଲୋକାଲ ୱାୟାର
Leave a Reply