ଭୁବନେଶ୍ୱର, ଜୁଲାଇ ୧୪ (ଲୋକାଲ ୱାୟାର) : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆଡ୍ମିଶନ୍ କରି ପାରିବେ ବୋଲି ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାରତୀ ହରିଚନ୍ଦନ କହିଛନ୍ତି ।
ଆଡ୍ମିଶନ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟଲ୍ ମଧ୍ୟ ଆରମ୍ଭ ହୋଇଥିବା ବିଭାଗ କହିଛି ।
ବିଭିନ୍ନ ଶ୍ରେଣୀର ପିଲାମାନେ (http://ssepd.gov.in/swp/admissionFormForSpcISchool.htm?lang=en) ରେ ଯାଇ ଆଡ୍ମିଶନ୍ ପାଇଁ ଆବେଦନ କରି ପାରିବେ ।
ବିଭାଗର ଜିଆଇଏ ଫୋଲ୍ଡ୍ ଅଧୀନରେ ଥିବା ୧୦୩ଟି ସ୍କୁଲରେ ପିଲାମାନେ ଆଡ୍ମିଶନ୍ ନେଇ ପାରିବେ ।
ଏ ନେଇ ବିଭାଗ ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲୁପୁର ଓ ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ଚିଠି କରିଛି ।
ଲୋକାଲ ୱାୟାର
Leave a Reply