ଭୁବନେଶ୍ୱର, ଜାନୁଆରୀ ୫(ଲୋକାଲ ୱାୟାର): ଆସନ୍ତା ୮ ତାରିଖ ବେଳକୁ ରାଜ୍ୟରେ ସ୍କୁଲ ଗୁଡ଼ିକରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ କ୍ଲାସ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ମର୍ମରେ ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ଆଶା ଓ ଏଏନଏମ ମାନେ ସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।
ଲୋକାଲ ୱାୟାର
Leave a Reply