କେନ୍ଦ୍ରାପଡ଼ା, ଜାନୁଆରୀ ୫ (ଲୋକାଲ ୱାୟାର): ଜାନୁଆରୀ ୮ରୁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୀତ ପୋଷାକ ଚାହିଦା ଓ ମୂଲ୍ୟ ବୃଦ୍ଧି ପାଇଛି ।
ହୋଲସେଲରଙ୍କ ଠାରୁ ଅଧିକା ଦରରେ କିଣିଥିବାରୁ ଅଧିକ ଦରରେ ବିକିବାକୁ ବାଧ୍ୟ ହେଉଛୁ ବୋଲି କେନ୍ଦ୍ରାପଡାର ଶୀତବସ୍ତ୍ର ବ୍ୟବସାୟୀ ଶାହିଦ ଅଲ୍ଲୀ କହିଛନ୍ତି ।
ଚଳିତ ବର୍ଷ ବ୍ୟବସାୟିକ ଦୃଷ୍ଟିରୁ ଶୀତ ପୋଷାକ ବିକ୍ରି ମାନ୍ଦା ଥିଲା ।
ତେବେ ହଠାତ ଶୀତ ବଢିବା ଓ ଜାନୁଆରୀ ୮ରୁ ସ୍କୁଲ ଖୋଲିବା ଘୋଷଣା ପରେ ଜ୍ୟାକେଟ, ସ୍ୱେଟର ଭଳି ଶୀତ ପୋଷାକର ବିକ୍ରି ବଢ଼ିଛି ବୋଲି କହିଛନ୍ତି ବିକ୍ରେତା ପ୍ରକାଶ ସାହୁ ।
ଲୋକାଲ ୱାୟାର
Leave a Reply