ଭୁବନେଶ୍ୱର, ଜାନୁଆରୀ ୨୦ (ଲୋକାଲ ୱାୟାର) : ସ୍କୁଲ୍ ଫି କୋହଳ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ ବୋଲି ସରକାର କହିଛନ୍ତି ।
ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍ ଫି ଆଦାୟ ହେଉଥିଲେ ୭.୫% ଛାଡ, ୧୨ ହଜାରରୁ ଊର୍ଦ୍ଧ୍ୱ ୨୪ ହଜାରରୁ କମ୍ ଥିଲେ ୧୨% ଛାଡ, ୨୪ ହଜାରରୁ ଊର୍ଦ୍ଧ୍ୱ ୪୮ ହଜାରରୁ କମ୍ ଫି ଥିଲେ ୧୫% ଛା. ୪୮ ହଜାରରୁ ଅଧିକ ୭୨ ହଜାରରୁ କମ୍ ଥିଲେ ୨୦% ଛାଡ, ୭୨ ହଜାରରୁ ଊର୍ଦ୍ଧ୍ୱ ଏକଲକ୍ଷରୁ କମ୍ ଥିଲେ ୨୫% ଛାଡ ଏବଂ ବାର୍ଷିକ ସ୍କୁଲ ଫି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ଼ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏହାବ୍ୟତୀତ ହଷ୍ଟେଲ ଫି ୩୦% ଛାଡ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ଓ ଖାଦ୍ୟ ବାବଦରେ ମନଇଚ୍ଛା ଅର୍ଥ ଆଦାୟ କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ ।
ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫଇ, ଏକ୍ସଟର୍ନାଲ ଏକଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫିସ, ରିଆଡମିସନ ଫି, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦି ଆଦାୟ ନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ନିକଟରେ ସ୍କୁଲ ଫି ଛାଡ଼ ଦିଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଲୋକାଲ ୱାୟାର
Leave a Reply