ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): କୋଭିଡ-୧୯ ସ୍ଥିତିରେ ସ୍କୁଲ ଫି’ ହ୍ରାସ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖକୁ ଧାର୍ଯ୍ୟ କରିଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି ।
କେତେ ପରିମାଣର ସ୍କୁଲ ଫି’ ହ୍ରାସ କରାଯିବ ତାହା ସତ୍ୟପାଠ ଜରିଆରେ ମାମଲାର ଆସନ୍ତା ଶୁଣାଣି ପୂର୍ବରୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୦ ତାରିଖରେ ଏହି ମାମଲାର ଶୁଣାଣି ଅବସରରେ ଫି’ ହ୍ରାସ ନେଇ ନିଷ୍ପତ୍ତି ହାଇକୋର୍ଟ କରିବେ ବୋଲି ରାଜ୍ୟ ସରକାର କହିଥିଲେ ।
ତେବେ ଅଭିଭାବକ ମହାସଂଘ, ଘରୋଇ ସ୍କୁଲଗୁଡ଼ିକର ବିଭିନ୍ନ କମିଟି ଏବଂ ଏହି ମାମଲାର ବିଭିନ୍ନ ପକ୍ଷ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁତ ବୈଠକରେ ଏକତ୍ର ହୋଇ ଏ ସମ୍ପର୍କରେ ଆଲୋଚନା କରିଥିଲେ ।
୩୦% ଫି’ ହ୍ରାସ ନେଇ ପ୍ରାୟ ସମସ୍ତ ପକ୍ଷ ସମ୍ମତି ଦେଇ ବୁଝାମଣା କରିଥିଲେ । କିନ୍ତୁ ପରେ ଅନ୍ୟ କେତେକ ଘରୋଇ ସ୍କୁଲ ଏହି ମାମଲାରେ ପକ୍ଷ ହେବାକୁ ହାଇକୋର୍ଟ ଯାଇଥିଲେ ।
ତେଣୁ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଏବେ ଚୂଡ଼ାନ୍ତ ନିଷ୍ପତ୍ତି ସତ୍ୟପାଠ ଜାଣିବାକୁ ଚାହିଁଛନ୍ତି ।
ଲୋକାଲ ୱାୟାର
Leave a Reply